ସାଂସଦଙ୍କ ନୂଆଫଣ୍ଡା : ଫେସବୁକ ଲାଇଲରେ ସମସ୍ୟା ଦୂର କରିବା

0

ଏବେ ସୋସିଆଲ ମିଡ଼ିଆର ଯୁଗ ।ଠିକ ବୁଝିନ୍ତୁ କି ନବୁଝନ୍ତୁ ରାଜନେତାମାନେ ଏକଥାକୁ ବେଶ ବୁଝିଲେଣୀ । ଖାସ ସେଥିଲାଗି ରାଜନେତାମାନେ ସୋସିଆଲ ମିଡ଼ିଆରେ ବେଶ ସକ୍ରୀୟ ରହୁଛନ୍ତି । କୁଆଡ଼େ ଯାଉଚନ୍ତି ସଭ କଣ କରୁଛନ୍ତି ତାହା ମଧ୍ୟ ସୋସିଆଲ ମିଡ଼ିଆ ଜରିଆରେ ଲୋକଙ୍କୁ ଅବଗତ କରାଉଛନ୍ତି ରାଜନେତାମାନେ । ଏବେ ସୋସିଆଲ ମିଡ଼ିଆ ଜରିଆରେ ଲୋକଙ୍କ ସମସ୍ୟା ଦୂର କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ବିଜେଡ଼ି କେନ୍ଦ୍ରପଡ଼ା ସାଂସଦ ଅନୁଭବ ମହାନ୍ତି । ତେଣୁ ସାଂସଦ ଅନୁଭବ ମହାନ୍ତି ଆସନ୍ତା ୧୬ ତାରିଖରେ ଫେସବୁକରେ ଲାଇଭରେ ଆସିବେ । ନିଜ ନିର୍ବାଚନମଣ୍ଡଳି ଲୋକଙ୍କ ସମସ୍ୟା ଓ ସୁବିଧା ଅସୁବିଧା ବୁଝିବା ପାଇଁ ଅନୁଭବ ଡିଜିଟାଲ ମିଡିଆକୁ ଆପଣେଇଛନ୍ତି ।ନିକଟରେ ଶେଷ ହୋଇଥିବା ସଂସଦର ଅଧିବେଶନରେ ସେ କେଉଁ ସବୁ ପ୍ରସଙ୍ଗରେ ଉତ୍ତର ରଖିଛନ୍ତି ତାହାକୁ ବିସ୍ତୃତ ଭାବେ ଲୋକଙ୍କୁ କହିବେ । ନିଜର ଲୋକସଭାରେ ଅନୁଭୂତି ସମ୍ପର୍କରେ ମଧ୍ୟ ମନର କଥା କହିବେ । କେନ୍ଦ୍ରାପଡା ବାବଦରେ ଲୋକଙ୍କ ମନରେ ଥିବା ପ୍ରଶ୍ନ ମଧ୍ୟ ଅନୁଭବଙ୍କୁ ପ୍ରଶ୍ନ ପଚାରିପାରିବେ, ଆଉ ଏହାର ଜବାବ ଦେବେ ଅନୁଭବ । ଅନୁଭବଙ୍କ ଏହି ସୋସିଆଲ ମିଡ଼ିଆ ଫଣ୍ଡା କେତେ ଫଳପଦ ହେଉଛି ଓ ଲୋକଙ୍କ ସମସ୍ୟା କେତେ ଦୂର ହେଉଛି ତାହା ଉପରେ ଏବେ ସଭିଁଙ୍କ ନଜର ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More