୧୯ ପାଇଁ ନିର୍ବାଚନୀ ସିନେମା : ପ୍ରଭାବିତ ହେବେକି ଭୋଟର …?

0

ଏପ୍ରିଲ ରେ ୨୦୧୯ ସାଧାରଣ ନିର୍ବାଚନ I ୨୦୧୯ ସାଧାରଣ ନିର୍ବାଚନ ପାଇଁ ସବୁ ସ୍ଥରରେ ପ୍ରସ୍ତୁତି ଜୋରଦାର I କଳେ ବେଳେ କୌଶଳେ ସବୁ ରାଜନୈତିକ ଦଳ ରଣନୀତି ପ୍ରସ୍ତୁତ କରିଛନ୍ତି ଭୋଟରଙ୍କୁ ପ୍ରଭାବିତ କରିବା ପାଇଁ I ଏଥିରୁ ସିନେମା ବା କେମିତି ବାଦ ପଡନ୍ତା .? ସାରା ଦେଶରେ ଏବେ ନିର୍ବାଚନୀ ମାହୋଲ ଆରମ୍ଭ ହୋଇଗଲାଣି I ସବୁ ରାଜନୈତିକ ଦଳ ଏବେ ସଭା ସମିତି କରି ନିର୍ବାଚନୀ ବିଗୁଲ ଫୁଙ୍କିଲେଣି I ୨୦୧୯ ପାଇଁ ପ୍ରସ୍ତୁତ ହୋଇଛି ସିନେମା I ଓଲିଉଡ଼ ଠାରୁ ବଲିଉଡ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଛି ସିନେମା I ଖୁବ ଶୀଘ୍ର ଏହି ସିନେମା ଗୁଡିକ ମୁକ୍ତିଲାଭ କରିବାକୁ ଯାଉଛି I ଯାହା ଭୋଟରଙ୍କୁ ବେଶ ପ୍ରଭାବିତ କରିବ ବୋଲି ଚର୍ଚା ହେଉଛି I ୧୦ ଟି ଭାଷାରେ ଏହି ସିନେମା ପ୍ରସ୍ତୁତ କରାଯାଇଛି I ଏବେ ଆସନ୍ତୁ ନଜର ପକାଇବା ୨୦୧୯ ପାଇଁ ଆସୁଥିବା ୧୦ଟି ରାଜନୈତିକ ଚଳଚିତ୍ର ଗୁଡିକ I
୧. ‘ନିମକି’ : ଓଡ଼ିଶାର ମୁଖ୍ୟମନ୍ତ୍ରୀ ଓ ଓଡିଶା ସରକାରଙ୍କ ଉପରେ ନିମକୀ କାହାଣୀର ଚଳଚିତ୍ର ଜୋରଦାର ସୁଟିଂ ଚାଲିଛି
I ଏହି ସିନେମାକୁ ନିର୍ଦେଶନା ଦେଇଛନ୍ତି ସୁଶାନ୍ତ ମଣି I ନିମ ପୁରରୁ ନବୀନ ନିବାସ ଯାଏଁ ଏକ ଝିଅ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟିବାକୁ ଚାହୁଁଚି I ନବୀନ ଙ୍କ ଉର୍ନୟନ ମୂଳକ କାର୍ଯ୍ୟ ଦେଖି ସେ ନବୀନ ଙ୍କୁ ଭେଟିବା ପାଇଁ ସଚିବାଳୟରୁ ନବୀନ ନିବାସ ଯାଏଁ ସଂଘର୍ଷ କରିଛି I ଯାହାକୁ ଏ ସିନେମାରେ ପଦର୍ଶନ କରାଯାଇଛି ଓ ଯାହାର ମୁଖ୍ୟ ଭୂମିକାରେ ଅଛନ୍ତି ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ I
୨. ‘ଦି ଆଇରନ ଲେଡି’ : ତାମିଲନାଡ଼ୁର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜୟ ଲଳିତାଙ୍କ ଜୀବନୀ ଉପରେ ଏହି ସିନେମାଟି ଆଧାରିତ I
୩. ‘ଠାକରେ’ : ଶିଵସେନା ର ମୁଖ୍ୟ ବାଲ ଠାକରେଙ୍କ ଜୀବନୀକୁ ନେଇ ଠାକରେ ସିନେମା ଆସୁଛି I ଠାକରେ ଭୁମିକରେ ଅଛନ୍ତି ନାଶୁରୁଦିନ ସାହା I ୨୦୧୯ ଜାନୁଆରୀ ୨୫ ରେ ମୁକ୍ତି ଲାଭ କରିବ ଏହି ସିନେମା I
୪. ‘ଇନ୍ଦିରାଗାନ୍ଧୀ’ : ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧୀ ଙ୍କ ଜୀବନି ଉପରେ ସିନେମା ଆସୁଛି ‘ଇନ୍ଦିରାଗାନ୍ଧୀ’ I ହିନ୍ଦୀ ଓ ଇଂରାଜୀ ଭାଷାରେ ଏହି ଫିଲ୍ମଟି ଆସୁଛି I ହେଲେ ଏହି ଫିଲ୍ମ ଟି ସିନେମା ହଲରେ ମୁକ୍ତି ଲାଭ କରିବ ନାହିଁ I
୫. ‘ନରେନ୍ଦ୍ର ମୋଦି’ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ୨୦୧୯ରେ ବଲିଉଡ ସିନେମା ମୁକ୍ତି ଲାଭ କରୁଛି I ପରେସ ରାହୁଲ ମୋଦି ଭୂମିକାରେ ଦେଖା ଦେବେ I
୬. ‘ଯାତ୍ରା’ : ଆନ୍ଧ୍ରପ୍ରଦେଶ ର ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇ.ଏସ. ଚନ୍ଦ୍ରଶେଖର ରେଡି ଙ୍କ ଜୀବନି ଉପରେ “ଯାତ୍ରା” ଫିଲ୍ମ ଆସୁଛି I ୨୦୧୯ ଫେବୃଆରୀ ୧ ତାରିଖରେ ଏହି ଫିଲ୍ମ ମୁକ୍ତି ଲାଭ କରିବ I
୭. “ଉଦୟମ ସିଂହମ” : ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ ଙ୍କ ଉପରେ ଏହି ସିନେମା ଆସୁଛି I ଏହାର ଟିଜର ମୁକ୍ତିଲାଭ କରିଛି I ୧୯ରେ ଏହି ସିନେମା ମଧ୍ୟ ଆସୁଛି I
୮. “ଦି ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟାର” : ୨୦୧୯ରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରେ ‘ଦି ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟାର’ ସିନେମା ଆସୁଛି I ଅନୁପମ ଖେର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଙ୍କ ଭୂମିକାରେ ଦେଖିବାକୁ ମିଳିବେ I

୨୦୧୯ ରେ ମୁକ୍ତିଲାଭ କରୁଥିବା ଏହି ସିନେମା ଗୁଡିକ ଦେଶର ରାଜନୀତିକୁ କେତେ ପ୍ରଭାବିତ କରୁଛି ତା ଦେଖିବାର କଥା .

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More