ପ୍ରଧାନମନ୍ତ୍ରୀ ଆଣୁଛନ୍ତି ୧୫୫୦ କୋଟି ଟଙ୍କାର ପ୍ୟାକେଜ : ବଲାଙ୍ଗୀର ଠାରେ କରିବେ ଘୋଷଣା .

0

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଓଡ଼ିଶାକୁ ତୃତୀୟ ଥର ଗସ୍ତ ରେ ଆସି ୧୫ /୧/୨୦୧୯ ଦିନ ବଲାଙ୍ଗୀର ଠାରେ ୧୫୫୦ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିବାର ଆର୍ଯ୍ୟକ୍ରମ ରହିଛି I ଏଥିରେ ଆମ ଓଡ଼ିଶାବାସୀ ବହୁତ ଖୁସି, ସେହିପରି ଆଗରୁ ମଧ୍ୟ ହଜାର ହଜାର କୋଟି ଟଙ୍କାର ଘୋଷଣା ପ୍ରଧାନମନ୍ତ୍ରୀ କରିଯାଇଛନ୍ତି I ପ୍ରଧାନମନ୍ତ୍ରୀ ଙ୍କଠାରୁ ଆଉ ପାଦେ ଆଗେଇଯାଇ ଆମ ରାଜ୍ୟକୁ ୧୯ ବର୍ଷ ଧରି ଶାସନ କରୁଥିବା ଆମର ପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଓଡ଼ିଶାର ଜନସାଧାରଣଙ୍କୁ ନୂଆ ନୂଆ ଯୋଜନାରେ ସାମିଲକରି ଲାଭବାନ କରାଇବାର ବ୍ୟବସ୍ଥା ମଧ୍ୟ କରୁଛନ୍ତି I ସେ ବ୍ୟବସ୍ଥା ମାନଙ୍କ ମଧ୍ୟରେ କାଳିଆ , ବଳିଆ , ପିଠା ଠାରୁ ଆରମ୍ଭକରି ଦିନ ଭୋଜନ , ରାତ୍ରି ଭୋଜନ , ନିରାମୟ ଯୋଜନା ଅନ୍ୟତମ I ସମସ୍ତେ ବହୁତ ଖୁସି ଯାହାହେଉ ନବୀନ ପଟ୍ଟନାୟକଙ୍କ ପରି ମୁଖ୍ୟମନ୍ତ୍ରୀ ନାହାନ୍ତି I ଏସବୁର ପ୍ରଚାର ଓ ପ୍ରସାର ପାଇଁ ସରକାରୀ ଅର୍ଥରେ ବଡ଼ ବଡ ବିଜ୍ଞାପନ ମଧ୍ୟ ଦିଅ ଯାଉଛି I ଏଠାରେ ଗୋଟିଏ ଛୋଟ ଗପ ନିକଟରେ ମୁଁ ପଢ଼ିଥିଲି I ସେହି ଗପଟି ହେଲା ଗୋଟିଏ ଗାଁରେ ଜଣେ ମେଷ ପାଳକ ଥିଲେ I ସେ ତାଙ୍କର ମେଷ ମାନଙ୍କୁ ପାଳନକରି ତାଙ୍କ ଲୋମ ବିକ୍ରି କରିବା ଟଙ୍କାର ପ୍ରଧାନ ବ୍ୟବସାୟ ଥିଲା I ସେହି ବ୍ୟବସାୟରେ ସେ ଭଲ ଲାଭବାନ ହେଉଥିଲେ I ବର୍ତମାନ ଆମ ରାଜ୍ୟରେ ଯେପରି ଶୀତ ପଡିଛି , ତା’ ଠାରୁ ଅଧିକ ଶୀତ ସେ ଗାଁରେ ପଡିଲା I ଶୀତରେ ମେଷ ମାନଙ୍କର ଅବସ୍ଥା ଦେଖି ମେଷ ପାଳକ ମେସମାନଙ୍କୁ ଡାକି କହିଲା ତମ ମାନଙ୍କ ଯୋଗୁ ମୁଁ ଆଜି ବହୁତ ଭଲରେ ଅଛି I ତମ ମାନଙ୍କ ପାଇଁ ମୁଁ କିଛି କରିବାକୁ ଚାହେଁ I ତେଣୁ ଶୀତରୁ ରକ୍ଷା ପାଇବା ପାଇଁ ମୁଁ ପ୍ରତେକଙ୍କୁ ଗୋଟିଏ ଗୋଟିଏ କମଳ ଦେବୀ I ଏହା ଶୁଣି ମେଷମାନେ ବହୁତ ଖୁସି ହୋଇଗଲେ I ନିଜ ନିଜ ଭିତରେ ଆଲୋଚନ କଲେ ଯାହାହେଉ ଆମ ମାଲିକ ଅତି ଦୟାଵନ୍ତ ଲୋକ ଓ ପ୍ରକୃତରେ ଆମର ହିତାକାଂକ୍ଷୀ I ଏସବୁ ସୁଣିଲାପରେ ରାତିରେ ଗୋଟିଏ ମେଷ ଛୁଆ ତା’ ମାଆକୁ ପଚାରିଲା , ମା’ ମାଲିକ ଯେଉଁ କମଳ ଦେବେ ସେ କମଳ କୋଉଠୁ ଆସେ ..? ମା’ ମେଷ ଛୁଆଟିର କଥା ଶୁଣି କିଛି ସମୟ ଭାବି ସ୍ଥଵଦ ହୋଇଗଲା I ଠିକ ସେହିପରି ଏହି ଯୋଜନା ବିଷୟରେ ଯଦି ଆମେ ଚିନ୍ତା କରିବା ସେହିପରି ଗାଁ ଗହଳରେ ଗୋଟିଏ ଢଗ ଅଛି “ମୋ ଅର୍ଥ ତୁ ମୋତେ ଦେଉ ତୁ ନିଜେ ଦାତା ବୋଲାଉ ” I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More