ସାଂସଦ, ବିଧାୟକ ପାଣ୍ଠି କେମିତି ହେବ ଖର୍ଚ୍ଚ : ବିଧାନସଭାରେ ବିଧାୟକ ପଚାରିଲେ ପ୍ରଶ୍ନ

0

ଭୁବନେଶ୍ୱର : ପୂର୍ବତନ ସାଂସଦମାନଙ୍କ ପାଣ୍ଠିରୁ 92.73 ପ୍ରତିଶତ ଖର୍ଚ୍ଚ ହୋଇ 138411 ପ୍ରକଳ୍ପ କାମ ସରିଛି । ସେହିପରି ପୂର୍ବତନ ବିଧାୟକମାନଙ୍କ ପାଣ୍ଠିରୁ 84.4ପ୍ରତିଶତ ଖର୍ଚ୍ଚ ହୋଇ 27845 ପ୍ରକଳ୍ପ କାମ ସରିଛି । ବର୍ତ୍ତମାନର ସାଂସଦଙ୍କ ପାଣ୍ଠିରୁ 1142 ପ୍ରକଳ୍ପ ଓ ବିଧାୟକ ପାଣ୍ଠିରୁ 5340 ପ୍ରକଳ୍ପ କାମ ବାକି ଅଛି । ଯେଉଁ ବିଭାଗକୁ ସାଂସଦ ଓ ବିଧାୟକ ପାଣ୍ଠିରୁ ପ୍ରକଳ୍ପ ଅର୍ଥ ଅନୁମୋଦିତ କରାଯାଇଛି, ତାହାର କାର୍ଯ୍ୟାଦେଶ ବିଭାଗୀୟ JEଙ୍କୁ ଦିଆଯାଇଥାଏ । ଏହାର ତଦାରଖ ଦାୟିତ୍ୱ ଯନ୍ତ୍ରୀ ଓ ଜିଲ୍ଲା ପ୍ରଶାସନର । 6 ମାସ ଭିତରେ ଖର୍ଚ୍ଚ ହେବା ବାଧ୍ୟ I ଯଦି ହୋଇନାହିଁ, କାରଣ ଜଣାଇଲେ ଅନୁମୋଦିତ ପ୍ରକଳ୍ପକୁ ପରିବର୍ତ୍ତନ କରାଯାଇପାରିବ ବୋଲି ଯୋଜନା ଓ ସଂଯୋଜନ ମନ୍ତ୍ରୀ କହିଲେ । ତେବେ ମନ୍ତ୍ରୀ ଭୁଆଁ ବୁଲାଉଥିବା ନେଇ ଅନେକ ସଭ୍ୟଙ୍କ ଉଦବେଗକୁ ଦେଖି ବାଚସ୍ପତି ସିଧା ଉତ୍ତର ରଖିବାକୁ ମନ୍ତ୍ରୀଙ୍କୁ ତାଗିଦ କଲେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More