ଇସ୍ରୋ ପାଇଁ ଆସିଛି ଖୁସି ଖବର । ମିଶନ ଗଗନଯାନକୁ ନେଇ ପ୍ରାଥମିକ ପରୀକ୍ଷାରେ ଉତିର୍ଣ୍ଣ ହୋଇଛନ୍ତି ପାଇଲଟ୍ । ଏହି ପରୀକ୍ଷାରେ ପାଇଲଟମାନେ ଶାରୀରିକ ଓ ମାନସିକ ସ୍ଥିତିରେ ସଫଳତା ହାସଲ କରିଛନ୍ତି । ଭାରତର ପ୍ରଥମ ମାନବ ଅନ୍ତରୀକ୍ଷ ମିଶନ କାର୍ଯ୍ୟକ୍ରମ ମିଶନ ଗଗନଯାନ ପାଇଁ ଆଜି ଭାରତୀୟ ବାୟୁସେନା ପକ୍ଷରୁ ପ୍ରଥମ ପର୍ଯାୟ ମହାକାଶ ଯାତ୍ରୀ ଚୟନର କାର୍ଯ୍ୟକ୍ରମ ଶେଷ ହୋଇଛି । ବେଙ୍ଗଲୁରୁର ଇନଷ୍ଟିଚ୍ୟୁଟ ଅଫ ଏରୋସ୍ପେସରେ ଏହି ମହାକାଶ ଯାତ୍ରୀ ପାଇଲଟଙ୍କ ଚୟନ ହୋଇଛି । ଇସ୍ରୋର ଅଧକ୍ଷ୍ୟ କେ.ଶିବନ କହିଛନ୍ତି, ଧର୍ଯ୍ୟ ସମୟ ମଧ୍ୟରେ ଇସ୍ରୋର ଏହି କାର୍ଯ୍ୟ ସମ୍ପାଦନା କରିବାର କ୍ଷମତା ରହିଛି । ଏହା ଇସ୍ରୋ ପାଇଁ ଏକ ବଡ ଆହ୍ୱାନ ହେବ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୮ ଅଗଷ୍ଟ ୧୫ ତାରିଖରେ ମିଶନ ଗଗନ ଯାନକୁ ନେଇ ଲାଲକିଲାରୁ ଘୋଷଣା କରିଥିଲେ । ୨୦୨୨ ସୁଦ୍ଧା ଏହି ମିଶନଙ୍କୁ ସଫଳ କରାଯିବାକୁ ଟାର୍ଗେଟ ରଖାଯାଇଛି । ଏହି ମିଶନରେ ଟିକେଟ ପାଇଥିବା ୧୨ଜଣ ଯାକ ପାଇଲଟ ହେଉଛନ୍ତି ପୁରୁଷ । ସେଥି ମଧ୍ୟରୁ ମିଶନ ଗଗନ ଯାନ ପାଇଁ ୪ଜଣ ଭାରତୀୟ ୧୫ମାସ ତାଲିମ ପାଇଁ ନଭେମ୍ବର ୨୦୧୯ ସୁଧା ଋୁଷ୍ ଯିବେ । ଏହା ପରେ ପୁଣି ଏହି ମହାକାଶ ଯାତ୍ରୀମାନେ ଭାରତରେ ୬ରୁ ୮ମାସ ପର୍ଯ୍ୟନ୍ତ ତାଲିମ ନେବେ ।