ନିକଟରେ ପାକିସ୍ତାନର ଦୂତାବାସର ଜଣେ କର୍ମଚାରୀଙ୍କ ବିରୁଦ୍ଧରେ ଜଣେ ମହିଳା ଅସଦାଚରଣ କରିଥିବାର ଅଭିଯୋଗ କରିଛନ୍ତି I ମହିଳାଜଣକ କରିଥିବା ଅଭିଯୋଗ ଅନୁସାରେ ରବିବାରଦିନ ଦିଲ୍ଲୀର ଏକ ମାର୍କେଟରେ ସେ କିଣା କିଣି କରୁଥିବା ସମୟରେ ଉକ୍ତ କର୍ମଚାରୀ ଜଣକ ତାଙ୍କର ସମବେଦନଶୀଳ ଅଙ୍ଗକୁ ସ୍ପର୍ଶ କରିଥିଲେ I ଏହି ଅଭିଯୋଗ ମିଳିଲାପରେ ଦିଲ୍ଲୀର ସରୋଜିନୀ ନଗର ଥାନାକୁ ସେମାନଙ୍କୁ ନିଆଯାଇଥିଲା I ସେଠାରେ ଉକ୍ତ କର୍ମଚାରୀ ଜଣକ କହିଥିଲେକି ସେ ଉଦେଶ୍ୟମୂଳକ ଭାବରେ ଏପରି କରିନଥିଲେ I ମାର୍କେଟରେ ପ୍ରବଳ ଭିଡ ଥିବାରୁ ତାଙ୍କ ହାତ ଠେଲା ପେଲାରେ ଉକ୍ତ ମହିଳାଙ୍କ ଦେହରେ ବାଜିଯାଇ ଥାଇ ପରେ ..! ତେବେ ସେହି ଘଟଣା ପାଇଁ ଉକ୍ତ ମହିଳାଙ୍କୁ କ୍ଷମା ପ୍ରାଥନା କରିବା ପରେ ସେଠାରେ ଏହି ବିବାଦ ସମାଧାନ ହୋଇଥିଲା I