ମରିନି, ମାରିଦିଆଯାଇଛି : ଶ୍ରମମନ୍ତ୍ରୀଙ୍କ ନିଶାନାରେ ବିଜେପି

0

ବିଜେଡ଼ି ନିଶାନାରେ ବିଜେପି । ଶ୍ରମମନ୍ତ୍ରୀ ଦେଲେ ବିସ୍ପୋରଣ ବୟାନ । କହିଲେ ଚାଷୀ ଆତ୍ମହତ୍ୟାକୁ ଉସୁକାଇଛି ବିଜେପି । ଗରଗଡ଼ ଚାଷୀ ବୃନ୍ଦା ସାହୁଙ୍କ ମୃତ୍ୟୁ ପୂର୍ବରୁ କିଛି ଭିଡ଼ିଓ ଗଣମାଧ୍ୟମକୁ ଦେବା ସହ ବରଗଡ଼ ଚାଷୀ ବୃନ୍ଦା ସାହୁଙ୍କ ଆତ୍ମହତ୍ୟା ଲାଗି ଭାରତୀୟ ଜନତା ପାଟିର କର୍ମୀ ଉସୁକାଇଥିବା ଶ୍ରମମନ୍ତ୍ରୀ ସୁଶାନ୍ତ ସିଂହ ସାଂଘାତିକ ଅଭିଯୋଗ ଆଣିଛନ୍ତି । ଯାହାକୁ ନେଇ ଦିନ ତମାନ ରାଜ୍ୟ ରାଜନୀତି ସରଗମର ହୋଇଛି । ଭିଡ଼ିଓରେ ଖୋଲାଖୋଲି ଆତ୍ମହତ୍ୟା କଥା ଚାଷୀ ଚେତବାବନୀ ଦେଇଛନ୍ତି । କ୍ଷତିପୂରଣ ନଦେଲେ ବହୁ ଚାଷୀ ଆତ୍ମହତ୍ୟା କରିବେ ବୋଲି ଭିଡ଼ିଓରେ ଜଣେ ବ୍ୟକ୍ତି କହୁଛି । ତେବେ ଏ ବ୍ୟକ୍ତି ଜଣଙ୍କ କିଏ ଓ କାହିକିଁ ଏପରି ଭିଡ଼ିଓ କରିଛନ୍ତି ତାହା ଏଯାଏ ସ୍ପଷ୍ଟ ହୋଇନାହିଁ । ଶ୍ରମମନ୍ତ୍ରୀ ସଚିବାଳୟରେ ଆଜି ଦୁଇଟି ଭିଡ଼ିଓ ଦେଇଛନ୍ତି । ବରଗଡ଼ର ଏହି ଯୁବନେତା ଆହୁରୀ ମଧ୍ୟ କହିଛନ୍ତି ଯେ କେବଳ ଏହି ଦଉଇଟି ଭିଡ଼ିଓ ନୁହେଁ, ଏପରି ଆଛ କିଛି ଭିଡ଼ିଓ ଅଛି ଯେଉଁଥିରେ ଚାଷୀ ବୃନ୍ଦାବନକୁ ଆତ୍ମହତ୍ୟା କରିବାକୁ ଉସୁକାଯାଇଛି । ଆଉ ସେହି ଭିଡ଼ିଓକୁ ସେ ଏବେ ସଂଗ୍ରହ କରିବେ ବୋଲି କହିଛନ୍ତି । ତେବେ ଯେଉଁମାନେ ଏପରି କରିଛନ୍ତି ସେ ଏ ବିଷୟରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବା ସହ ପୋଲିସକୁ ଏହାର ତଦନ୍ତ କରି ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିବେ ବୋଲି କହିଛନ୍ତି । ଶ୍ରମମନ୍ତ୍ରୀ ତଥା ବରଗଡ଼ର ଏହି ଯୁବନେତାଙ୍କ ବିଜେପି ବିରୋଧରେ ଅଭିଯୋଗ ହେବା ପରେ ବିଜେପି ଏହାର ଜବାବ ରଖିଛି । ବିଜେପି ନେତା ପ୍ରତାପ ଷଢଙ୍ଗୀ କହିଛନ୍ତି ଯେ ବିଜେପି କର୍ମୀ କେବେ ଚାଷୀଙ୍କୁ ଉସୁକାଇବ ନାହିଁ । ଶ୍ରମମନ୍ତ୍ରୀ ଯେଉଁ ଅଭିଯୋଗ କରିଛନ୍ତି ଦଳ ତାହାର ତଦନ୍ତ ଦାବି କରିଛି । ଏହାସହ ଦଳ କହିଛି ଯେ ନିଜ ଉପରୁ ଦୋଷ ଖସାଇବାକୁ ଯାଇ ସରକାର ଏପରି କହୁଛନ୍ତି । ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସରକାରଙ୍କୁ ଟାଗେର୍ଟ କରିଛନ୍ତି । ସରକାର ଚାଷୀଙ୍କୁ ଡ଼ାହାଣୀ ହୋଇ ଲାଗୁଛନ୍ତି ଓ ଗୁଣିଆ ହୋଇ ଝାଡ଼ୁଛନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ଏହି ଅଭିଯୋଗର ପାଲଟା ଜବାବ ଦେଇଛନ୍ତି କୃଷିମନ୍ତ୍ରୀ ଦାମୋଦର ରାଉତ । ସେ କହିଛନ୍ତି ଯେ ସରକାର ଗୁଣିଆ ଓ ଡ଼ାହାଣୀ ବିଦ୍ୟା ଜାଣିଛନ୍ତି । ସେ ବିହାରରୁ ଆସିଛନ୍ତି, ତେଣୁ ଜାଣି ନାହାନ୍ତି । ଶ୍ରମମନ୍ତ୍ରୀଙ୍କ ଅଭିଯୋଗ ପ୍ରସଙ୍ଗରେ ପିସିସି ସଗଭାତି ସରକାରଙ୍କୁ ଟାଗେର୍ଟ କରିଛନ୍ତି । ଗଣମାଧ୍ୟମରେ ନକହି ସରକାର ନିଜେ ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି । ତେବେ ମୁଖ୍ୟମନ୍ତର୍ୀ ଏନେଇ କି ପଦକ୍ଷପ ନେଉଛନ୍ତି ତାହା ଦେଖିବାର କଥା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More