ରୋଷେଇ କଲେ ମନ୍ତ୍ରୀ

0

ଭୁବନେଶ୍ୱର : କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ଗତକାଲି ପ୍ରେସ ମିଟରେ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ବିଶେଷ ଅନୁରୋଧ କରିଛନ୍ତି ମହିଳା ମାନଙ୍କୁ ଘର କାମରେ ସହଯୋଗ କରନ୍ତୁ I ପୁରୁଷ ମାନେ ରୋଷେଇ ସହ ସମସ୍ତ ଘର କାମରେ ସାହାଯ୍ୟ କରନ୍ତୁ I ମା , ଭଉଣୀ , ମାଉସୀ ଓ ଭାଉଜ ମାନଙ୍କ ଉପରେ ସବୁ କାମ ଲଦି ଦିଅନ୍ତୁ ନାହିଁ I ଏମାନେ ଭାଙ୍ଗି ପଡିଲେ ଦେଶ ଭାଙ୍ଗି ପଡିବ I ସୁବ୍ରତ ବାଗଚୀଙ୍କ ଏହି ବୟାନକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ I ନିଜେ ପରିବା ହାଟକୁ ଯାଇ ପରିବା କିଣିବା ସହ ରୋଷେଇ ଘରେ ଧର୍ମ ପତ୍ନୀଙ୍କୁ ରୋଷେଇରେ ସହଯୋଗ କରିଥିଲେ I ଯାହାକୁ ସମୀର ନିଜେ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି I ଯାହା କିଛି ସମୟ ମଧ୍ୟରେ ଭାଇରଲ ହେବାରେ ଲାଗିଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More