ଅଧ୍ୟାପକଙ୍କୁ ଟିଉସନ କଲେ ଅରୁଣ …

0

ଭୁବନେଶ୍ୱର : ଉଚ୍ଚ ଶିକ୍ଷାବିଭାଗର ବ୍ୟାପକ ସଂସ୍କାର ଆଣିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ବିଭାଗୀୟ ମନ୍ତ୍ରୀ ଅରୁଣ ସାହୁ । ଏନେଇ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କୁ ଟିଉସନ କରିଛନ୍ତି ମନ୍ତ୍ରୀ । ମନସ୍ତତ୍ତ୍ୱ, ଅଧ୍ୟାପକମାନଙ୍କର ମାନସିକତା, ସମାଜର ଦାୟିତ୍ୱବୋଧତା ଏବଂ ଅଭିଭାବକମାନଙ୍କ ଭରସାକୁ ପାଥେୟ କରି ଓଡ଼ିଶାର ଉଚ୍ଚଶିକ୍ଷାକୁ ଆଗେଇ ନେବାକୁ ପଡ଼ିବ ବୋଲି ମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି । ସଂପ୍ରତି ଉଚ୍ଚଶିକ୍ଷା କ୍ଷେତ୍ରରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ପରିବର୍ତ୍ତନକାରୀ ପଦକ୍ଷେପ କେବଳ ଉଚ୍ଚଶିକ୍ଷା କ୍ଷେତ୍ରରେ ଫଳପ୍ରସୂ ହୋଇନାହିଁ, ଏହା ପ୍ରତି ଅନ୍ୟ ରାଜ୍ୟମାନେ ମଧ୍ୟ ଆଗ୍ରହ ପ୍ରକାଶ କରୁଛନ୍ତି ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି । ଛାତ୍ରଛାତ୍ରୀମାନଙ୍କ ସହିତ ଅଧ୍ୟାପକମାନଙ୍କ ସହ ସିଧାସଳଖ ସଂପର୍କ ସ୍ଥାପନ ନିମନ୍ତେ ମହାବିଦ୍ୟାଳୟଗୁଡ଼ିକରେ ପ୍ରୋକଫରିଆଲ୍‌ ଓ ମେଣ୍ଟରିଙ୍ଗ୍‌ ପ୍ରଥା ପ୍ରଚଳନ କରାଯାଇଛି । ଶ୍ରେଣୀ ଗୃହରେ ଛାତ୍ରଛାତ୍ରୀମାନଙ୍କର ୭୫ ପ୍ରତିଶତ ଉପସ୍ଥାନକୁ ବାଧ୍ୟତାମୂଳକ କରାଯାଇଥିବା ପରିପ୍ରେକ୍ଷୀରେ ଅଧ୍ୟକ୍ଷମାନେ ନିୟମିତ ଶ୍ରେଣୀଗୃହ ପରିଦର୍ଶନ କରି ପାଠପଢ଼ା ଠିକ୍‌ ହେଉଛି କି ନାହିଁ ଦେଖିବା ପାଇଁ ମନ୍ତ୍ରୀ ଡ. ସାହୁ କହିଥିଲେ । ପ୍ରତ୍ୟେକ ମହାବିଦ୍ୟାଳୟ ନିଜ ନିଜ କ୍ଷେତ୍ରରେ କିଛି ନୂତନତା ଆଣିପାରିଲେ ଏହା ଉଚ୍ଚଶିକ୍ଷାକୁ ଅଗ୍ରଗତି ପଥରେ ନେଇ ଯାଇପାରିବ । ଏ ଦିଗରେ ବିଭାଗ ପକ୍ଷରୁ ମଧ୍ୟ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ । ବିଦେଶ ତଥା ଅନ୍ୟ ରାଜ୍ୟଗୁଡ଼ିକରେ ମହାବିଦ୍ୟାଳୟର ଉନ୍ନତି ଦିଗରେ ପୁରାତନ ଛାତ୍ରମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଚଳିତ ‘ମୋ କଲେଜ୍‌’ କାର‌୍ୟ୍ୟ କ୍ରମରେ ପୁରାତନ ଛାତ୍ରମାନେ ବହୁଳ ସଂଖ୍ୟାରେ ଆଗେଇ ଆସିବା ପାଇଁ ମନ୍ତ୍ରୀ ପରାମର୍ଶ ଦେଇଥିଲେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More