ମନ୍ତ୍ରୀଙ୍କ ଦକ୍ଷତା ମାପିବେ ନବୀନ : ରାଜଧାନୀ ନୁହେଁ, ଜିଲ୍ଲାକୁ ଯିବାକୁ ନିର୍ଦ୍ଦେଶ

0

ଭୁବନେଶ୍ୱର : ସଚିବାଳୟ,ରାଜଧାନୀ ଛାଡ଼ । ଜିଲ୍ଲାକୁ ଯାଆ । ଲୋକଙ୍କ ସହ ମିଶ । ନିଜ ନିଜ ବିଭାଗର ଗ୍ରାଉଣ୍ଡରେ ଯାଇ ସମୀକ୍ଷା କର । ଅନାଥଶ୍ରମ, ଭିନ୍ନକ୍ଷମ ଓ ଶିଶୁମାନଙ୍କୁ ଯତ୍ନ ନିଅ । ସ୍କୁଲ ଓ କଲେଜରେ କିପରି ପାଠପଢା ଚାଲିଛି ତାହା ଦେଖ । ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଅ । ଖାଦ୍ୟର ମାନ ଯାଂଚ କର । ଏପରି ଲମ୍ବା ନିର୍ଦ୍ଦେଶ ମନ୍ତ୍ରୀ ଓ ସଚିବମାନଙ୍କୁ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେବଳ ସେତିକି ନୁହେଁ ଜିଲ୍ଲା ଗସତ୍ତ ସମୟରେ ମନ୍ତ୍ରୀ କି ସଚିବମାନେ କୌଣସି ବାହାନା ନକରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାସ୍ତରରେ ଯାହା ସମୀକ୍ଷା କଲେ ତାହାର ରିର୍ପୋଟ ଦେବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରୀମାନେ ଯେତେବେଳେ ମାସିକିଆ ରିର୍ପୋଟ ଦେବେ ଏଥିରେ ଜିଲ୍ଲାଗସ୍ତ ଉଲ୍ଲେଖ କରିବେ ବୋଲି ନିର୍ଦ୍ଦେଶ ଦେଇଛନ୍ତି ନବୀନ । ବିଭିନ୍ନ ସମୟରେ ବିଭିନ୍ନ କାର‌୍ୟ୍ୟରେ ଜିଲ୍ଲା ଗସ୍ତ କରୁଥିବା ବେଳେ ମନ୍ତ୍ରୀ ଓ ସଚିବମାନେ ବାହାରେ ମଧ୍ୟାହ୍ନ ଭୋଜନ ନକରି ଅନାଥାଶ୍ରମ, ଭିନ୍ନକ୍ଷମ ଓ ଶିଶୁମାନଙ୍କ ଯତ୍ନ ନେବା ପାଇଁ ଥିବା ସରକାରୀ ଅନୁଷ୍ଠାନ ତଥା ସ୍କୁଲ ଓ ଆହାର କେନ୍ଦ୍ର ଅଚାନକ ଯାଞ୍ଚ କରିବା ସହିତ ସେଠାରେ ମଧ୍ୟାହ୍ନ ଭୋଜନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।ଏହାଦ୍ବାରା ଉପରୋକ୍ତ ଅନୁଷ୍ଠାନମାନଙ୍କରେ ଦିଆଯାଉଥିବା ଖାଦ୍ୟର ଗୁଣବତ୍ତା ସହିତ ସେହି ଅନୁଷ୍ଠାନମାନଙ୍କର ବିଭିନ୍ନ ସମସ୍ୟା ସମ୍ପର୍କରେ ମଧ୍ୟ ମନ୍ତ୍ରୀ ଓ ସଚିବମାନେ ପ୍ରତ୍ୟକ୍ଷ ଭାବେ ଜାଣିପାରିବେ । ଏହା ସେ ସବୁ ଅନୁଷ୍ଠାନମାନଙ୍କର ପରିଚାଳନାରେ ଉନ୍ନତି ଆଣିବା ପାଇଁ ସୁଯୋଗ ସୃଷ୍ଟି କରିବ ।\nଏହିଭଳି ଗସ୍ତକୁ ଯଥାସମ୍ଭବ ଗୁପ୍ତ ରଖିବା ସହ ସାଥିରେ ଯେପରି ୩-୪ ଜଣରୁ ଅଧିକ ଲୋକ ନଯାଆନ୍ତି, ସେଥିପ୍ରତି ଯତ୍ନବାନ ହେବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀମାନଙ୍କ ମାସିକ ଗସ୍ତ ରିପୋର୍ଟ ଓ ସଚିବଙ୍କ ରିପୋର୍ଟରେ ଏ ସଂକ୍ରାନ୍ତରେ ବିସ୍ତ୍ରୁତ ତଥ୍ୟ ଓ ବ୍ୟବସ୍ଥାରେ ଉନ୍ନତି ପାଇଁ ଆବଶ୍ୟକ ପରାମର୍ଶ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More