କିଂବଦନ୍ତି ଧାବକ ମିଲଖା ସିଂହଙ୍କ ଦେହାନ୍ତ

0

ଫ୍ଲାଇଂ ଶିଖ୍ ଭାବେ ପରିଚିତ କିଂବଦନ୍ତି ଧାବକ ମିଲଖା ସିଂହ ଆଉ ନାହାନ୍ତି । ୯୧ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି । ଗତକାଲି ବିଳମ୍ୱିତ ରାତିରେ ଚଣ୍ଡିଗଡ଼ର ପିଜିଆଇରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ମିଲଖା । ପ୍ରାୟ ଏକ ମାସ ତଳେ କରୋନାରେ ଆକ୍ରାନ୍ତ ହୋଇଥିଲେ I ପାଞ୍ଚ ଦିନ ତଳେ ପତ୍ନୀ ନିର୍ମଲଙ୍କୁ ହରାଇଥିବା ମିଲଖାଙ୍କ ବିୟୋଗ କ୍ରୀଡ଼ା ଜଗତକୁ ସ୍ତବ୍ଧ କରିଦେଇଥିବାବେଳେ ସାରାଦେଶରେ ଶୋକର ଛାୟା ଖେଳିଯାଇଛି । ମିଲଖା ସିଂହଙ୍କ ପରଲୋକରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More