ଆଜିଠୁ IPL : ଆଜି ଡିଫେଣ୍ଡିଂ ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ କୁ ଭେଟିବ ଚେନ୍ନାଇ ସୁପରକିଙ୍ଗ୍ସ । ଗତ ଏପ୍ରିଲରେ ଭାରତରେ ପ୍ରଥମ ଭାଗ ଆୟୋଜନ କରାଯାଇଥିଲା । ୨୯ଟି ମ୍ୟାଚ୍ ପରେ ବିସିସିଆଇ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲା । ଭାରତରେ ସେତେବେଳେ କରୋନାର ଦ୍ୱିତୀୟ ଲହର ଅଣାୟତ ଥିଲା । ଆଇପିଏଲ୍ର ଜୈବ ସୁରକ୍ଷା ବଳୟକୁ ଭେଦ କରି କରୋନା ଭୂତାଣୁ ବିଭିନ୍ନ ଦଳର ଶିବିରରେ ପ୍ରବେଶ କରିଥିଲା । ଦ୍ୱିତୀୟ ଭାଗରେ ବାକି ୩୧ଟି ମ୍ୟାଚ୍ ଅନୁଷ୍ଠିତ ହେବ । ଭାରତୀୟ ସମୟ ରାତି ୭.୩୦ରେ ମ୍ୟାଚ୍ ଆରମ୍ଭ ହେବ । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଆସନ୍ତା କାଲି ଦର୍ଶକ ଉପସ୍ଥିତ ରହି ମ୍ୟାଚ୍ ଉପଭୋଗ କରିବେ । ଆଇପିଏଲ୍ର ଦୁଇ ସଫଳ ଦଳ ଭାବେ ପରିଚିତ ମୁମ୍ବାଇ ଇଣ୍ଡିଆନ୍ସ ଓ ସୁପରକିଙ୍ଗ୍ସ ।
ମୁମ୍ବାଇ ଇଣ୍ଡିଆନ୍ସ : ରୋହିତ ଶର୍ମା(ଅଧିନାୟକ), କ୍ୱିଣ୍ଟନ ଡି କକ୍, ସୂର୍ଯ୍ୟକୁମାର ଯାଦବ, ଇଶାନ କିଷନ, କିରେନ ପୋଲାର୍ଡ, ହାର୍ଦ୍ଦିକ ପାଣ୍ଡ୍ୟା, ଆଡାମ ମିଲନେ/ନାଥାନ କଲ୍ଟର ନାଇଲ, ରାହୁଲ ଚହର, ଟ୍ରେଣ୍ଟ ବୋଲ୍ଡ, ଜଶପ୍ରୀତ ବୁମରା ।
ଚେନ୍ନାଇ ସୁପର କିଙ୍ଗ୍ସ : ଋତୁରାଜ ଗାଏକୱାଡ, ମୋଇନ ଅଲି, ସୁରେଶ ରାଇନା, ଅମ୍ବାତି ରାୟୁଡୁ, ରବିନ୍ଦ୍ର ଜାଡେଜା, ଡ୍ୱେନ ବ୍ରାଭୋ, ଏମ୍ ଏସ୍ ଧୋନି(ଅଧିନାୟକ), ସର୍ଦୁଲ ଠାକୁର, ଦୀପକ ଚହର, ଇମ୍ରାନ ତାହିର, ଲୁଙ୍ଗି ଏନ୍ଗିଡ଼ି/ଜୋସ ହାଜେଲଉଡ୍ ।