କେନ୍ଦ୍ର ସରକାରଙ୍କ ଦ୍ବାରା ଆଗତ ହୋଇଥିବା କୃଷି ବଜେଟକୁ ନାପସନ୍ଦ କରିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ । ସେ କହିଛନ୍ତି ଯେ ୨୦୨୨ ସୁଦ୍ଧା କୃଷକମାନଙ୍କର ଆୟ ଦୁଇଗୁଣା ହେବା ସମ୍ଭବ ନୁହେଁ। ଏହାର କାରଣ ଦର୍ଶାଇ ମନମୋହନ ସିଂ କହିଛନ୍ତି ଯେ ଏବେ ଅଭିବୃଦ୍ଧି ୬ରୁ୭ ମଧ୍ୟରେ ରହିଛି । ୨୦୧୯ ସୁଦ୍ଧା ସରକାର ମଧ୍ୟ ୭.୩ରୁ ୫ ମଧ୍ୟରେ ଅଭିବଦ୍ଧି ଆଶା ରଖିଛନ୍ତି । ଯଦି ଅଭିବୃଦ୍ଧି ହାର ଏମିତି ରୁହେ ତାହେଲେ ୨୦୨୨ ସୁଦ୍ଧା ଜିଡିପି ୧୨ ପ୍ରତିଶତ ହେବ ନାହିଁ । ଯଦି ଅଭିବୃଦ୍ଧି ନବଢିବ ତାହେଲେ କୃଷକଙ୍କ ଆୟ ଦ୍ବିଗୁଣିତ ହେବା ଅସମ୍ଭବ ବୋଲି କହିଛନ୍ତି ମନମୋହନ ସିଂ ।