୫ଶହ ବର୍ଷ ତଳେ ଏକ ଚଟିବହି ଲେଖିଥିଲେ ଭକ୍ତକବି ବଳରାମ ଦାସ : ଆଜି ସେ ପୃଥିବୀରେ ପରିଚିତ

0

ଭୁବନେଶ୍ୱର : ୫ଶହ ବର୍ଷ ତଳେ ପଞ୍ଚସଖାଙ୍କ ମଧ୍ୟରେ ଅନ୍ୟତମ ଥିଲେ ଭକ୍ତ କବି ବଳରାମ ଦାସ । ସେ କେବଳ ଭକ୍ତ କବି ନଥିଲେ ଜଗନ୍ନାଥଙ୍କ ଆର୍ଶୀବାଦରୁ ଓଡ଼ିଶାରେ ଜାତିପଥାର ଉଚ୍ଛେଦ ପାଇଁ ବିଭିନ୍ନ ଲେଖା ଓ କାର୍ଯ୍ୟକ୍ରମ ହାତକୁ ନେଇଥିଲେ । ସେ ସମୟରେ ତାଙ୍କ ବିରୋଧରେ ତତକାଳୀନ ବ୍ରହ୍ମଣ ସମାଜ ତାଙ୍କୁ ବିରୋଧ ମଧ୍ୟ କରୁଥିଲେ । ଏସବୁ ଜିନିଷକୁ ଲୋକଲୋଚନକୁ ଆଣିବା ପାଇଁ ଓ ସ୍ତ୍ରୀ ଲୋକଙ୍କର ପରିବାର ପାଇଁ ନିତ୍ୟାନ୍ତ ଆବଶ୍ୟକତା ଅଛି ଓ ସେମାନେ ପରିବାରକୁ ହିଁ ଚଳାଇଥାନ୍ତି ଏହା ଥିଲା ସେତେବେଳର ଚଟିବହି ଲକ୍ଷ୍ମୀପୁରାଣ । ଆଜି ହେଉଛି ସେହି ଦିନ ଯେଉଁ ଦିନ ଓଡ଼ିଶାର ପ୍ରତ୍ୟେକ ପରିବାରରେ ମାର୍ଗଶୀର ମାସ ମାଣବସା ଗୁରୁବାର ପାଳନ କରାଯାଇଛି । କେବଳ ଓଡ଼ିଶା ଭିତରେ ଏହା ସୀମିତ ହୋଇନାହିଁ । ଅଣଓଡ଼ିଆ ସମ୍ପଦାୟର ମଧ୍ୟ ଏହାର ଦିନକୁ ଦିନ ଆଦୃତ ହେବାକୁ ଲାଗିଛି । ଜଗନ୍ନାଥ , ବଳଭଦ୍ର, ମା ଲକ୍ଷ୍ମୀ ଠାକୁରାଣୀ ମାଣବାସା ଗୁରୁବାର ଦିନ ଶିୟାଚଣ୍ଡାଳୁନିର ଘରକୁ ଯାଇଥିବାରୁ ତାଙ୍କୁ ମନ୍ଦିରରୁ ବାହାର କରିଦିଆଯାଇଥିଲା । ଦୃଢ ଇଚ୍ଛାଶକ୍ତି ଓ ସାହସ ବଳରେ ଶେଷରେ ଜଗନ୍ନାଥ ଓ ବଳଭଦ୍ର ମା ଲକ୍ଷ୍ମୀଙ୍କୁ କ୍ଷମା ମାଗି ଏହା ଘୋଷଣା କରିଥିଲେ ଯେ ଜଗନ୍ନାଥ ମନ୍ଦିରରେ ଆଉ ଜାତିପଥା ରହିବ ନାହିଁ । ସମସ୍ତେ ନିଜ ନିଜ ଠାରୁ ସେ ବ୍ରହ୍ମଣ ହେଉ ଅବା ଚଣ୍ଡାଳ ହେଉ ଏକାଠି ଅଭଡ଼ା ଖାଇବେ । ମହାଲକ୍ଷ୍ମୀ ନିଜ ଭକ୍ତଙ୍କ ଡ଼ାକରାରେ ତାଙ୍କ ପାଖରେ ପହଞ୍ଚିପାରିବେ । ଏଥିଲା ସେହି ଦିନର ଭକ୍ତକବି ବଳରାମ ଦାସଙ୍କ ଇଚ୍ଛା , ଯାହା ଆଜି ଜଗନ୍ନାଥ ମନ୍ଦିରରେ ପ୍ରଚଳିତ ହେଉଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More