ଶାରଦୀୟ ଦୁର୍ଗାପୂଜା ପୂର୍ବରୁ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ , ପ୍ରଧାନମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିଛନ୍ତି, ଏହା ପଛରେ କାରଣ କଣ ?

0

ଦିଲ୍ଲୀ : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ବିଭିନ୍ନ ବିଷୟ ଉପରେ ଆଲୋଚନା କରି ଏହି ଆଲୋଚନା ସଫଳ ହୋଇଛି ବୋଲି କହିଛନ୍ତି । ଏଠି ପ୍ରଶ୍ନ ଉଠୁଛି ପ୍ରତିଦିନ ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ ଓ ବିଜେପି ମଧ୍ୟରେ ତିକ୍ତତା ବଢିଯାଉଥିବା ବେଳେ ଓ ନରେନ୍ଦ୍ର ମୋଦିଙ୍କୁ ରସଗୋଲା ପରିବର୍ତ୍ତେ ଚଳିତ ବର୍ଷ ମାଟିଗୋଡ଼ିର ରସଗୋଲା ଦେବାପାଇଁ ନିର୍ବାଚନ ସଭାରେ ଘୋଷଣା କରିଥିବା ମମତା ବାନାର୍ଜୀ ହଠାତ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିବାର କଣ ଆବଶ୍ୟକତା ପଡ଼ିଲା , ଏହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ପଶ୍ଚିମବଙ୍ଗ ନାଁ ପରିବର୍ତ୍ତନ କରି ବଙ୍ଗଳା କରିବା ଓ ବେକାରୀ ସମସ୍ୟା ସମାଧାନ କରିବା ନା ଆଉ କଣ କାରଣ ହୋଇପାରେ । ନିକଟକରେ ସିବିଆଇ କଲିକତାର ପୂର୍ବତନ ପୋଲିସ କମିଶନର ରାଜୀବ କୁମାର ଯେ କି ମମତା ବାନାଜୀଙ୍କର ଅତି ନିକଟତର ଲୋକ ତାଙ୍କୁ ଗିରଫ କରିବା ପାଇଁ ସୁପ୍ରିମକୋର୍ଟରୁ ମିିଳିଥିବା କ୍ଲିନଚିଟ ଏହା ଗୋଟେ କାରଣ ନୁହେଁତ । ଯଦି ଏହା କାର୍ଯ୍ୟକାରୀ ହୁଏ , ତାହାଲେ ପଶ୍ଚିବଙ୍ଗର ଆଇପିଏସ ଅଫିସର ସଂଘ ମମତା ବାନାଜୀଙ୍କୁ ଆଉ ସମର୍ଥନ କରିବେ ନାହିଁ । ଏହାର ସୁଯୋଗ ନେଇ ବାମପନ୍ଥୀ ଦଳ କେତେକ ମୁଣ୍ଡ ଟେକିଲେଣୀ । ତେଣୁ ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ପାଖରେ ଏସବୁ କାରଣ ଯୋଗୁଁ ମମତା ଶରଣ ପଶିବାକୁ ବାଧ୍ୟ ହୋଇଛନ୍ତି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More