ମହାରାଷ୍ଟ୍ରରେ ଆରମ୍ଭହେଲା ବିଦ୍ରୋହର ସ୍ୱର : ୧୭ଜଣ ଶିବସେନା ବିଧାୟକଙ୍କ କଂଗ୍ରେସ ସହ ସରକାର ଗଠନକୁ ବିରୋଧ

0

ମହାରାଷ୍ଟ୍ରରେ ଶିବସେନା ଭାରତୀୟ ଜନତା ପାର୍ଟିରୁ ତାର ସମ୍ପର୍କ ତୁଟାଇ ଏନସିପି ଓ କଂଗ୍ରେସ ସହିତ ମିଶି ସରକାର ଗଢିବାର ପ୍ରୟାସ ଜାରି ରଖିଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ସରକାର ଗଠନରେ ସେପରି କିଛି ଅଗ୍ରଗତି ନହେବାରୁ ଶିବସେନାର ୧୭ଜଣ ନବନିର୍ବାଚିତ ମଲା ଶିବସେନାର ମୁଖିଆ ଉଦ୍ଧବ ଠାକରେଙ୍କ ବିରୁଦ୍ଧରେ ତାଙ୍କର ଅସନ୍ତୋଷ ପ୍ରକାଶ କରିଛନ୍ତି I ସେମାନେ ସେମାନଙ୍କର ଅସନ୍ତୋଷ ପ୍ରକାଶ କରି କହିଛନ୍ତି ଯେ, କଂଗ୍ରେସ ସହିତ ସେମାନେ ମିଳିତ ସରକାର କରିବା ସପକ୍ଷରେ ନାହାନ୍ତି I
ଅନ୍ୟଏକ ଘଟଣାକ୍ରମରେ କଂଗ୍ରେସର ଅଧକ୍ଷା ସୋନିଆ ଗାନ୍ଧୀଙ୍କ ସହ ମେଣ୍ଟ କରିବା ବିପକ୍ଷରେ ଆଲୋଚନା କରିନାହାନ୍ତି ବୋଲି ଏନସିପି ମୁଖ୍ୟ ଶରଦ ପାୱାର ସୋମବାର ବୟାନ ଦେବାପରେ ତାହାକୁ ନେଇ ଶିବସେନା ଏବେ ଦ୍ଵନ୍ଦରେ ପଡିଯାଇଛି I ଶିବସେନାର କିଛି ନେତା ଓ ବିଧାୟକ ଏକଥା ମଧ୍ୟ କହିଛନ୍ତି କି, ପାୱାରଙ୍କ ସହ ମିଶି ସରକାର ଗଠନ କରିବା ବଦଳରେ ଦଳ ବିଜେପି ସହିତ ମିଶି ପୁଣିଥରେ ରାଜ୍ୟରେ ସରକାର ଗଠନ କରିବା ଉଚିତ ହେବ I
ଆଜିର ଏକ ଘଟଣାକ୍ରମରେ ଏନସିପିର ମୁଖ୍ୟ ଶରଦ ପାୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ଉପରେ ରାଜନୈତିକ ବିଶେଷଜ୍ଞ ମାନେ ଗୁରୁତ୍ୱ ଆରୋପ କରିଛନ୍ତି I କଂଗ୍ରେସ ମଧ୍ୟ ଏଥିରେ ଅସନ୍ତୋଷ ବ୍ୟକ୍ତ କରିଛି I ଏହି ଖବର ପ୍ରସାରିତ ହେଲା ପରେ ଶିବସେନାର ବରିଷ୍ଠ ନେତା ଆଜି ଅପରାହ୍ନ ୩ଟା ସମୟରେ ଶରଦ ପାୱାରଙ୍କ ତାଙ୍କ ଦିଲ୍ଲୀ ବାସଭବନରେ ଭେଟିଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More