ମହାରାଷ୍ଟ୍ରର ମହାଡ଼୍ରାମା ଶେଷ : ଶିବସେନା-ଏନସିପି-କଂଗ୍ରେସ ମେଣ୍ଟଗଢିବ ସରକାର

0

ମହାରାଷ୍ଟ୍ର : ମହାରାଷ୍ଟ୍ର ମହାଡ଼୍ରାମାର ଅନ୍ତ ଘଟିଛି । ସେଠାରେ ଏକ ମିଳିତ ମନ୍ତ୍ରୀମଣ୍ଡଳ ଗଠନ ନେଇ ସମ୍ଭାବନା ଦେଖା ଦେଇଛି । ଏନସିପି ମୁଖ୍ୟ ଶରଦ ପାୱାର ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଦେଇଛନ୍ତ୍ି ବଡ଼ ବୟାନ । ସେ କହିଛନ୍ତି ଯେ ଶିବସେନା ,ଏନସିପି ଓ କଂଗ୍ରେସ ଏହି ତିନି ଦଳକୁ ନେଇ ମିଳିତ ମନ୍ତ୍ରୀ ମଣ୍ଡଳ ଗଠନ କରାଯିବ ଏବଂ ଏଥିରେ ଶିବସେନା ପକ୍ଷରୁ ଜଣେ ପୂର୍ଣ୍ଣକାଳୀନ ମୁଖ୍ୟମନ୍ତ୍ରୀ ରହିବେ ବୋଲି ସହଯୋଗୀ ଦଳ ମାନଙ୍କ ମଧ୍ୟରେ ସହମତି ପ୍ରକାଶ ପାଇଛି । ଏହି ତିନି ଦଳକୁ ନେଇ ସରକାର ଗଠନ ନିମନ୍ତେ ଏକ ସର୍ବନିମ୍ନ କାର‌୍ୟ୍ୟକ୍ରମ ପ୍ରସ୍ତୁତ କରାଯିବ ଏବଂ ଏଥିପାଇଁ ଖୁବଶୀଘ୍ର ଏହି ତିନି ଦଳର ମିଳିତ ବୈଠକ କରାଯିବ ବୋଲି ଶ୍ରୀ ପାୱାର କହିଛନ୍ତି । ମେଣ୍ଟ ସରକାର ପୁରା ୫ବର୍ଷ ସରକାରଙ୍କୁ ଚଳାଇବ । ଶିବସେନା ହାତରେ ମୁଖ୍ୟମନ୍ତ୍ରୀ ପଦ ରହିଥିବା ବେଳେ ଏନସିପି,ଓ କଂଗ୍ରେସ ଉପମୁଖ୍ୟମନ୍ତ୍ରୀ ପଦରେ ରହିବ ବୋଲି ଜଣାପଡ଼ିବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More