ମହାରାଷ୍ଟ୍ର ମହାନାଟକର କେବେ ହେବ ଅନ୍ତ ?

0

ମହାରାଷ୍ଟ୍ର ମହାନାଟକର କେବେ ହେବ ଅନ୍ତ ? ଏହା ଉପରେ ସାରା ଭାରତର ନଜର । ଇତି ମଧ୍ୟରେ ଦେଶ ଦେଖିପାରେ ଏକ ନିଆରା ମେଣ୍ଟ । ଭିନ୍ନ ଭିନ୍ନ ବିଚାର ଧାରର ଦଳ କ୍ଷମତା ଲୋଭରେ ଏକାଠି ହେବାକୁ ଯାଉଛନ୍ତି । ଶିବସେନା,ଏନସିପିଓ କଂଗ୍ରେସ ମଧ୍ୟରେ ହେବାକୁ ଯାଉଛି ଏହି ମେଣ୍ଟ ।
ବିଜେପି ଠାରୁ ଶିବସେନା ଅଲଗା ହେବା ମହାରାଷ୍ଟ୍ରରେ ଦେଖାଦେଇଛି ରାଜନୈତିକ ସଙ୍କଟ । କେହି ସେଠି ସରକାର ଗଠନରେ ସଫଳ ହୋଇପାରିନାହାନ୍ତି । ସେଥିପାଇଁ ଲାଗୁ ହୋଇଛି ରାଷ୍ଟ୍ରପତି ଶାସନ । ହେଲେ ଏବେ ଶିବସେନା ,ଏନସିପି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ଏକ ପ୍ରକାର ସ୍ଥିର ହୋଇ ସାରିଛି । ସେଥିପାଇଁ ମୁମ୍ବାଇରେ ବସୁଛି ଘନ ଘନ ବୈଠକ । ଆଉ ଖାଲି ବାକି ଅଛି ଶୀର୍ଷ ନେତୃତ୍ୱର ମଞ୍ଜୁରୀ । ସେଥିପାଇଁ ଆଜି ଦିଲ୍ଲୀରେ ଶରତ ପାୱାର ଏବଂ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ମଧ୍ୟରେ ବସିବାକୁ ଯାଉଛି ଏକ ଗୁରୁତ୍ୱପୂର୍ଣ୍ଣ ମିଟିଙ୍ଗ । ସେପଟେ ବିଜେପି ରାଜ୍ୟ ସଭାପତି ବିଜେପି ସରକାର ଗଢ଼ିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି । ଏହି ପ୍ରତିକ୍ରିୟା ପରେ ଶିବସେନାକୁ ଘାରିଛି ଘୋଡା ବେପାର ଭୟ । ସେପଟେ ଦେବେନ୍ଦ୍ର ଫର୍ଣ୍ଣାଭିସଙ୍କ ବିଜେପିର ମୁଖ୍ୟମନ୍ତ୍ରୀ ହେବ ପ୍ରତିକ୍ରିୟା କଡା ଜବାବ ଦେଇଛି କଂଗ୍ରେସ । କଂଗ୍ରେସ କହିଛି ଦେବେନ୍ଦ୍ର ଫର୍ଣ୍ଣାଭିସ ହେଉଛନ୍ତି ଜଣେ ହାରି ଯାଇଥିବା ସିପାହୀ । ସେ ତାଙ୍କ ଦଳୀୟ ନେତାଙ୍କ ମନବଳ ବଢାଇବା ପାଇଁ ଏପରି କହୁଛନ୍ତି । ଏପରି ସ୍ଥଳେ ଭିନ୍ନ ଭିନ୍ନ ବିଚାର ଧାରା କୁ ନେଇ ଗଠିତ ମେଣ୍ଟ କେତେ ଦିନ ରହୁଛି ସେହି ଉପରେ ସଭିଙ୍କ ନଜର ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More