“ମୁକୁଟ ମଣ୍ଡିତ ରାଜସିର ନୁହଇଁ ଶାନ୍ତିର ଆସ୍ପଦ” : ଏହା ପ୍ରମାଣ ହେବାକୁ ଯାଉଛି ଗତକାଲି ନୂଆ ହୋଇ ମୁଖ୍ୟମନ୍ତ୍ରୀ ହୋଇଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ କ୍ଷେତ୍ରରେ I

0

ଭୁବନେଶ୍ୱର : ବହୁପ୍ରତିକ୍ଷିତ ମହାରାଷ୍ଟ୍ର ରାଜନୀତିରେ ଯବନିକା ପଡିଲା ପରେ ସର୍ବ ସମତି କ୍ରମେ ଶିବସେନା – ଏନସିପି ଓ କଂଗ୍ରେସ ମେଣ୍ଟ ର ମୁଖ୍ୟମନ୍ତ୍ରୀ ପ୍ରାଥୀ ଭାବେ ନିର୍ବାଚିତ ହୋଇ ଗତକାଲି କାର୍ଯ୍ୟ ଭାର ଆରମ୍ଭ କରିଛନ୍ତି ବାଲ ଠାକରେଙ୍କ ପୁଅ ଉଦ୍ଧବ ଠାକରେ I ପୂର୍ବରୁ ସେ ନିଜର ପୁଅକୁ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବା ପାଇଁ ନିର୍ବାଚନରେ ଓଲ୍ହାଇବା ସହିତ ତାଙ୍କ ପାଇଁ ବିଜେପି ସହିତ ଦୀର୍ଘ ଦିନ ଧରି ମୂଲଚାଲ କଲେ I ଶେଷରେ ବାଧ୍ୟ ହୋଇ ଏନସିପି ଓ କଂଗ୍ରସ ସହିତ ଦୀର୍ଘ ଦିନର ଶତ୍ରୁତାକୁ ପଛରେ ପକାଇ ମିଳିତ ସରକାରର ମଙ୍ଗ ଧରିଛନ୍ତି ଶିବସେନାର ମୁଖ୍ୟ ଉଦ୍ଧବ ଠାକରେ I ଘଟଣା କ୍ରମରେ ଜଣା ପଡୁ଼ଛିଯେ କଂଗ୍ରେସ ତାର କୋଟା ବାବଦକୁ ସ୍ପିକର ପୋଷ୍ଟ ହାତେଇବ I ସେହିପରି ଏନସିପି ଉପ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ନେବ I ବିଜେପି ର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ବିରୋଧୀ ଦଳରେ ବସିବେ I ହେଲେ ପ୍ରଶ୍ନ ହେଲାଣି ପ୍ରକୃତରେ ଶାସନ ଡୋରି କାହା ହାତରେ ରହିବ I ଏହିପରି ଏକ ଆଲୋଚନା ପର୍ଯ୍ୟାଲୋଚନା ମହାରାଷ୍ଟ୍ର ରାଜନୀତିରେ ଦେଖା ଦେଇଛି I ଆଜି ଦିନ ୨ ଟାରେ ଆସ୍ଥା ଭୋଟ ହେବ I ହେଲେ ଚିନ୍ତାରେ ପଡିଗଲେଣି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ I ତାଙ୍କ ଦଳର ପ୍ରକାଶିତ ମୁଖପାତ୍ର ସାମ୍ନାରେ ପ୍ରକାଶିତ ଖବରକୁ ତର୍ଜମା କଲେ ଜଣାପଡୁଛି ସେ ପ୍ରଧାନମନ୍ତ୍ରୀ ଙ୍କୁ ନିଜର ଭାଇ ବୋଲି ସମ୍ଭୋଦାନ କରି ବିଜେପି ର ନୁହଁ ଦେଶର ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି I ଏଥିରୁ ସ୍ପଷ୍ଟ ବାରି ହେଉଛି ନୂଆ ସରକାର ତାଙ୍କ ପାଇଁ ଏତେ ସହଜ ହୋଇନପାରେ I କାରଣ ସରକାରୀ କଳ ଶାସନର ରିମୋଟ ଶରଦ ପାୱାରଙ୍କ ହାତରେ ରହିବ I ସେହିପରି ବିଧାୟକ ମାନଙ୍କ ରିମୋଟ କଂଗ୍ରେସ ଦଳର ବାଚସ୍ପତି ଙ୍କ ହାତରେ ରହିବ I ହିନ୍ଦୁତ୍ୱକୁ ଜଳାଞ୍ଜଳି ଦେଇ ଶିବସୈନିକ ମାନେ କେତେ ଦୂର ତାଙ୍କୁ ସମର୍ଥନ କରିବେ ଏହା ଏକ ଛାର ବିଷୟ ତାଙ୍କ ପାଇଁ ହୋଇଛି I ଅନ୍ୟ ପକ୍ଷରେ ରାଜ ଠାକରେ ଙ୍କ ଆଡକୁ ସେମାନେ ମୁହାଁଇବାର ସୂଚନା ମିଳିଲାଣି I ଏହିପରି ପରିସ୍ଥିତିରେ ମହାରାଷ୍ଟ୍ର ସରକାର ଙ୍କ ପାଇଁ ଆସନ୍ତା ୩ ମାସ ଏକ ପରୀକ୍ଷାର ବିଷୟ I ସେଥିଲାଗି କଥାରେ ଅଛି “ମୁକୁଟ ମଣ୍ଡିତ ରାଜସିର ନୁହଇଁ ଶାନ୍ତିର ଆସ୍ପଦ” I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More