ଶ୍ରୀକ୍ଷେତ୍ର : ଖୁବ୍ଶୀଘ୍ର ଖୋଲିବାକୁ ଯାଉଛି ଶ୍ରୀମନ୍ଦିର । ଦୀର୍ଘ ୯ମାସ ଧରି ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବା ପରେ ତାହାକୁ ପୁନଃ ଆରମ୍ଭ କରିବାକୁ ପ୍ରଶାସନିକ ସ୍ତରରେ ଉଦ୍ୟମ ଆରମ୍ଭ ହୋଇଛି । ଶନିବାର ଏ ନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ହୋଇଥିବା ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ଡିସେମ୍ବର ୨୩ ତାରିଖରୁ ଶ୍ରୀମନ୍ଦିର ଦର୍ଶନ ଖୋଲିବ । ୩୧ ତାରିଖ ପର୍ଯ୍ୟନ୍ତ ଏହା ଚାଲିବ । ନୂଆ ବର୍ଷରେ ପ୍ରବଳ ଭିଡ଼ ହେବା ଆଶଙ୍କାରେ ମନ୍ଦିରରେ ସର୍ବସାଧାରଣ ଦର୍ଶନ ଦୁଇ ଦିନ ବନ୍ଦ ରହିବ । ୧ ଓ ୨ ତାରିଖ ବନ୍ଦ ରହିବା ପରେ ୩ ତାରିଖରୁ ପୁଣି ଥରେ ସାଧାରଣ ଦର୍ଶନ ଆରମ୍ଭ ହେବ । ଏହାସହ ଦର୍ଶନ ବେଳେ କୋଭିଡ୍ କଟକଣାକୁ କଡାକଡ଼ି ଲାଗୁ କରାଯି ବ। ସମସ୍ତ ଭକ୍ତ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ହେବ । ସାମାଜିକ ଦୂରତା ରକ୍ଷା କରାଯିବ । ହାତ ସାନିଟାଇଜ କରି ଭକ୍ତ ଶ୍ରୀମନ୍ଦିର ପ୍ରବେଶ କରିବେ । ଭକ୍ତମାନେ ୪୮ ଘଣ୍ଟା ପୂର୍ବର କୋଭିଡ୍ ନେଗେଟିଭ୍ ପ୍ରମାଣପତ୍ର ସାଙ୍ଗରେ ଆଣିବାକୁ ପଡ଼ିବ ।