ମହାନଦୀ ପାଣି ପାଇଁ ଓଡ଼ିଶାର ସ୍ୱାର୍ଥ କିଏ ଜଗିଛି ବିଜେଡି ନା ବିଜେପି-ନିରଞ୍ଜନ

0

ଭୁବନେଶ୍ୱର : ମହାନଦୀ ଜଳବିବାଦକୁ ନେଇ ଛତିଶଗଡ ବିଜେପି ସରକାର ଓ ଓଡିଶା ବିଜେଡି ସରକାର ବହୁ ରାଜନୀତି କଲେ।ଜନସାଧାରନଙ୍କ ସ୍ୱାର୍ଥପାଇଁ ସେମାନଙ୍କର ଆନ୍ତରିକତା ନଥିଲା ବୋଲି ଆଜିର ପ୍ରେସବାର୍ତ୍ତାରେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ କ୍ଷୋଭ ପ୍ରକାଶ କରିଛନ୍ତି।ବିଜେଡି ଓ ବିଜେପି କେବଳ ଭୋଟ ରାଜନୀତି ରେ ବିଶ୍ୱାସ କରନ୍ତି । ଏବେ କିନ୍ତୁ ସତ୍ୟ ସାମ୍ନା କୁ ଆସିଛି । ଓଡ଼ିଶାର ଦାବି ଥିଲା ଅଣମୌସୁମୀ ସମୟରେ ହୀରାକୁଦ ଜଳଭଣ୍ଡାର ସର୍ବନିମ୍ନ ୧.୨ ମିଲିଅନ ଏକର ଫିଟ ପାଣି ଛତିଶଗଡ ସରକାର ଛାଡ଼ନ୍ତୁ । କିନ୍ତୁ ଛତିଶଗଡ଼ ବିଜେପି ସରକାର ରୋକଠୋକ ନାହିଁ କରିଦେଲେ।ହୀରାକୁଦ ବନ୍ଧ ଗୋଟେ କେନ୍ଦ୍ରୀୟ ଯୋଜନା।ଡିପିଆର ରେ ସ୍ପଷ୍ଟ ଭାବେ ଉଲ୍ଲକ୍ଷିତ ଅଛି ଓଡ଼ିଶାର ଅଂଶ ୧୨.୨୮ ମିଲିଅନ ଏକର ଫିଟ ଏବଂ ଛତିଶଗଡ଼ ଭାଗ ୮.୩୩ ମିଲିଅନ ଏକର ଫିଟ । ଛତିଶଗଡ଼ ବିଜେପି ସରକାର ଅଣମୌସୁମୀ ସମୟରେ ପାଣି ଛାଡିବାକୁ ମନା କରିଦେଲେ ଯାହାକୁ ନେଇ ବିବାଦ ସୃଷ୍ଟି ହେଲା।କିନ୍ତୁ ଏବର୍ଷ ମାର୍ଚ୍ଚ ମାସରୁ ମଇଁ ମାସ ପର୍ଯ୍ୟନ୍ତ ୬୨୪ ରୁ ୬୧୭ ଫୁଟ ପର୍ଯ୍ୟନ୍ତ ଜଳଭଣ୍ଡାର ରେ ଥୁଲା।ଯାହାକି ଅନ୍ୟାନ୍ୟ ବର୍ଷ ତୁଳନାରେ ୧୦ ରୁ ୧୫ ଫୁଟ ଅଧିକ।ଏବର୍ଷ ଛତିଶଗଡ କଂଗ୍ରେସ ସରକାର ୧.୬ ଏକର ଫିଟ ପାଣି ଛାଡିଛନ୍ତି।ପାଣି ଆସିଲା କେଉଁଠୁ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ଯୁକ୍ତ ପଟ୍ଟନାୟକ।ଓଡ଼ିଶାକୁ ୨ ଲକ୍ଷ ମିଲିଅନ ଏକର ଫିଟ ପାଣି ଦେଲେ ଅଣମୌସୁମୀ ସମୟରେ ଓଡ଼ିଶାର ଆବଶ୍ୟକତା ପୂରଣ ହୋଇ ପାରିବ ବୋଲି ଆଶାବ୍ୟକ୍ତ କରିଛନ୍ତି ପିସିସି ସଭାପତି । ଏହିକଥାକୁ ଦୁଇ ରାଜ୍ୟ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନ କରିପାରିଥାନ୍ତେ । କିନ୍ତୁ ତାହା ନକରି ସୁପ୍ରିମକୋର୍ଟ ଓ ଟ୍ରିବୁନାଲ ଯିବାକୁ ପଡିଲା । ସବୁ କଥାରେ ବିଜେଡ଼ି ସରକାର ବିଜେପି କୁ ସମର୍ଥନ କରୁଛନ୍ତି ଓଡ଼ିଆ ଲୋକଙ୍କ ସ୍ୱାର୍ଥ ପାଇଁ କାହିଁକି ଏତିକି କରିପାରିଲେ ନାହିଁ ବା କରିପାରୁନାହାନ୍ତି । ଏହାର ସନ୍ତୋଷଜନକ ଉତ୍ତର ଓଡ଼ିଶା ବାସୀଙ୍କୁ କିଏ ଦେବ ବିଜେପି ନା ବିଜେଡି ? ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More