ମହାକୋଶଳ ଏକ୍ସପ୍ରେସ ଲାଇନଚ୍ୟୁତ : ୧୦ସଙ୍କଟାପର୍ଣ୍ଣ

0

ପୁଣି ଘଟିଛି ଏକ ରେଳ ଦୁର୍ଘଟଣା । ଗୁରୁବାର ସକାଳୁ ଉତ୍ତରପ୍ରଦେଶର ମହୋବା ନିକଟରେ ଜବଲପୁର-ନିଜାମୁଦ୍ଦିନ ମହାକୋଶଳ ଏକ୍ସପ୍ରେସର ୬ଟି ଡବା ଲାଇନଚ୍ୟୁତ ହୋଇଛି । ଏଥିରେ ଟ୍ରେନରେ ଥିବା ୩୬ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ଜଣଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପର୍ଣ୍ଣ ରହିଛି । ଖବର ପାଇ ମୋହବା ଏସପି ଗୌରବ ସିଂ କହିଛନ୍ତି ମୋହବା ଏବଂ କୁଲାପାହାଡ଼ ଷ୍ଟେସନ ମଝିରେ ଥିବା ସୁପା ଗାଁ ନିକଟରେ ଟ୍ରେନର ଶେଷ ୬ଟି ଡବା ଅଚାନକ ଲାଇନଚ୍ୟୁତ ହୋଇଯିବାରୁ ଦୁର୍ଘଟଣା ଘଟିଛି । ଆହତଙ୍କ ମଧ୍ୟରୁ ଯେଉଁ ୧୦ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି ସେମାନଙ୍କୁ ଏ ଘରୋଇ ଡାକ୍ତରଖାନାରେ ଭର୍ତି କରାଯାଇଛି । ଲାଇନଚ୍ୟୁତ ହୋଇଥିବା ୬ଟି ଡବା ମଧ୍ୟରେ ୩ଟି ଶୀତତାପ ନିୟନ୍ତ୍ରିତ ଡବା ଏବଂ ୩ଟି ସାଧାରଣ ଡବା ରହିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More