ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରେ ଉତ୍ପାଦନ ବନ୍ଦ |

ଦୈନିକ କ୍ଷତି ୧୮ ଲକ୍ଷରୁ ଉର୍ଦ୍ଧ ଟଙ୍କା

0

ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡ ଜଳ ବିଦ୍ୟୁତ ପ୍ରକଳ୍ପରେ ବନ୍ଦ ହୋଇଛି ଉତ୍ପାଦନ | ୩ଦିନ ପାଇଁ ଉତ୍ପାଦନ ବନ୍ଦ ରଖିବାକୁ ନିଷ୍ପତି ନିଆଯାଇଛି | ଯାହାଫଳରେ ଦୈନିକ ୭୨ ମେଗାୱାଟ ବିଦ୍ୟୁତ ଉତ୍ପାଦନ ନ ହୋଇ ୧୮ ଲକ୍ଷରୁ ଉର୍ଦ୍ଧ ଟଙ୍କାର ରାଜସ୍ବ କ୍ଷତି ହେବ ବୋଲି ଜଣାପଡିଛି | ପ୍ରକଳ୍ପ ଅଧିନସ୍ଥ ଜଲାପୁଟ, ମାଛକୁଣ୍ଡ ଡି-ଡ୍ୟାମ ଏବଂ ଟିପି ଡ୍ୟାମ ଜଳଭଣ୍ଡାରର ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ଏଭଳି ଜଟିଳ ଗୁରୁତ୍ୱପୂର୍ଣ ନିଷ୍ପତି ନିଆଯାଇଥିବା ସୂଚନା ମିଳିଛି |
ସୂଚନା ଅନୁଯାୟୀ, ଲମତାପୁଟ ବ୍ଲକ ଅନ୍ତର୍ଗତ ଅନକାଡେଲି ପଞ୍ଚାୟତରେ ଓଡିଶା-ଆନ୍ଦ୍ରପ୍ରଦେଶ ସରକାରଙ୍କ ଯୁଗ୍ମ ଜଳ ବିଦ୍ୟୁତ ପ୍ରକଳ୍ପ ରହିଛି | ପୂର୍ବରୁ ଚୁକ୍ତି ଅନୁସାରେ ଏହି ପ୍ରକଳ୍ପର ୭୦ ପ୍ରତିଶତ ଅଧିକାର ଆନ୍ଧ୍ର ଏବଂ ୩୦ ପ୍ରତିଶତ ଅଧିକାର ଓଡିଶା ନିକଟରେ ରହିଥିଲା | ତେବେ ଚୁକ୍ତି ଅବଧି ଶେଷ ହେବାପରେ ଉଭୟ ରାଜ୍ୟର ସମାନ ଅଧିକାର ରହିଛି | ବର୍ତ୍ତମାନ ଏହି ପ୍ରକଳ୍ପକୁ ଆନ୍ଧ୍ର ଜଳ ବିଦ୍ୟୁତ ଜିଗମ ଏବଂ ଏପି ଜେନକୋ ପରିଚାଳନା କରୁଛି | ସେହିପରି ଓଡିଶା ପକ୍ଷରୁ ଟାଟା କମ୍ପାନୀକୁ ପରିଚାଳନା ଦାୟିତ୍ୱ ଦିଆଯାଇଛି | ୭୦ ବର୍ଷ ପୁରୁଣା ପ୍ରକଳ୍ପ ହୋଇଥିବାରୁ ମରାମତି ଏବଂ ନୂତନ ନିର୍ମାଣର ଆବଶ୍ୟକତା ରହିଛି | ଏଥିପାଇଁ ଟାଟା କମ୍ପାନୀର ମେକାନିକ ପ୍ରକଳ୍ପ ଅନୁଧ୍ୟାନ କରୁଛନ୍ତି | ବାସ୍ତବ ସ୍ଥିତି ଜାଣିବା ପାଇଁ ଜଲାପୁଟ ମୁଖ୍ୟ ଜଳଭଣ୍ଡାର, ମାଛକୁଣ୍ଡ ଡି-ଡ୍ୟାମ ଓ ଟିପି ଡ୍ୟାମ ନିରୀକ୍ଷଣ କରୁଛନ୍ତି | ତେଣୁ ପ୍ରକଳ୍ପରୁ ବିଦ୍ୟୁତ ଉତ୍ପାଦନକୁ ତିନି ଦିନ ପାଇଁ ବନ୍ଦ କରାଯାଇଛି | ମାଛକୁଣ୍ଡ ଡି-ଡ୍ୟାମ ଏବଂ ଟିପି ଡ୍ୟାମ ଜଳକୁ ନିଷ୍କାସନ କରି ଶୁଖାଇ ଦିଆଯାଇଛି | ଜଳଭଣ୍ଡାର ସମ୍ପୂର୍ଣ ଶୁଖିବା ପରେ ଟାଟା କମ୍ପାନୀ କର୍ମଚାରୀ ଡ୍ୟାମର ସମସ୍ତ ଗେଟ ଯାଞ୍ଚ କରିବେ | ଗେଟ ଗୁଡିକ କିଭଳି କାମ କରୁଛି, ମରାମତିର ଆବଶ୍ୟକତା ରହିଛି ନ ନାହିଁ ଆଦି ତଦାରଖ କରିବେ | ଡି-ଡ୍ୟାମରୁ ଟିପି ଡ୍ୟାମକୁ ସଂଯୋଗ କରୁଥିବା କେନାଲର ସ୍ଥିତି ମଧ୍ୟ ଅନୁଧ୍ୟାନ କରିବା ସହ ସମସ୍ତ ସୁରକ୍ଷା ପାଚେରୀ ଗୁଡିକର ଯାଞ୍ଚ କରିବେ |

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More