ଏତେ ଭଲପାଇବା କାହିକି……

0

କେତେବେଳେ ଉଠିଲୁ । କଣ ଖାଇଲୁ । ଏବେ କଣ କରୁଛି । ତୋ ଦେହ ଭଲ ଅଛି ତ । କିଏ ଅଛି କି ତୋ ପାଖରେ । ଆଜି କଣ କରିବୁ । କେଉଁଠିକୁ ଯିବୁ । ଖାଇସାରି ଯୁଆଡ଼େ ଯିବୁ । ଦେଖିକି ଗାଡ଼ି ଚଳାଇବୁ । କାହା ସହ ଝଗଡ଼ା କରିବୁ ନାହିଁ । ଠିକ ସମୟରେ ଖାଇବୁ ଆଉ ଶୋଇବୁ । ପଇସା ଦରକାର କି ତୋର । ଏମିତି କେତେ କଥା । ସ୍ନେହଭରା ଏପରି କଥାରୁ ଆରମ୍ଭ ହୁଏ ସକାଳ । ନିଦ ଠିକ ସେ ଭାଙ୍ଗିନଥିବ, ହେଲେ ମୋବାଇଲ ଫୋନ କଲରୁ ଏସବୁ ଯେମିତି ନୀତିବାଣୀ ପରି ନାକରେ ପ୍ରତ୍ୟେକ ଦିନ ଟେପ ରେକର୍ଡ଼ ପରି ବାଜିଥାଏ । ଏତେ ପ୍ରଶ୍ନର ଗୋଟିଏ ଉତ୍ତର ର୍ହି । ଆଉ ତାପରେ ଆରମ୍ଭ ହୁଏ ଦିନ । ଦିନ ରାତିକୁ ମିଶାଇଲେ ୪ରୁ ଅଧିକ ଥର ଏପରି କଲ ଆସିବା ଥୟ । ଯଦି ଏପରି ପ୍ରଶ୍ନର ଉତ୍ତର ନଦେବି ତାହାଲେ , ସେ ଚିନ୍ତାରେ ପଡ଼ିଯିବେ । କଣ ହୋଇଛି ତାର । ଆଜି କଣ ଫୋନ ଜାମା ଲାଗୁନାହିଁ । ଦେହ ଭଲ ନାହିଁ କି ତାର । ନା ମୋବାଇଲ ଖରାପ । ନା ସେ ବ୍ୟସ୍ତ ଅଛି । କେଜାଣେ କାହିକିଁ ଏସବୁ ନଶୁଣିଲେ ଦିନଟା ଭଲ ଲାଗେ ନାହିଁ । ଏତେ ଭଲ ପାଇବା କାହିକିଁ । କିଏ ଆଣିଲା ଆମ ଭିତରେ ଏତେ ଭଲପାଇବା । ଭଗବାନ ନା ଆମେ ଦୁର୍ହେ । ଇଚ୍ଛାହୁଏ ପୁରା ଦିନ ସାରା ର୍ମୁ ଗପୁଥାନ୍ତି କି । ଗାଁ ଛାଡ଼ି ଏବେ ମୁଁ ସହରରେ । ଭଲ ପାଇବା କଣ ମତେ ଏ ମୋବାଇଲ ଫୋନ କଲ କହୁଛି । ହେଲେ ସବୁଦିନ ଫୋନ କଟିବା ପରେ ଗୋଟେ କଥା ବାରମ୍ବାର ମନକୁ ଆସେ ଏତେ ଭଲ ପାଇବା କାହିକିଁ । ଏ ଭଲପାଇବା ଭଗବାନ ଦ୍ୱାରା ଆସିଛି ନା ସେ ନିଜେ ଭଗବାନ । ଯେ କି ମତେ ଏତେ ଭଲ ପାଉଛି ତା ଜୀବନ ଠାରୁ ବି ଅଧିକ ମତେ । ସର୍ମ୍ପକ ବନ୍ଧନରେ ଏ ଭଲ ପାଇବା ତ ସମୂୁଦ୍ର ଠାରୁ ବଡ଼ ଆକାଶ ପରି ପରିକଳ୍ପନା । ହେଲେ ଏତେ ଭଲ ପାଇବା ବଦଳରେ ମୁଁ କଣ ଦେଉଛି ତାକୁ । ମୁଁ କଣ ସତରେ ଏପରି ଭଲ କେତେ ପାଇ ପାରିବି । ସେ ଶକ୍ତି କଣ ମୋ ଦେହରରେ ଅଛି । ନା କେବଳ ତାଙ୍କୁ ଭଗବାନ ସେ ଶକ୍ତି ଦେଇଛନ୍ତି । ଏପରି ପ୍ରଶ୍ନ ଭିତରେ ସବୁବେଳେ ମୋ ସମୟ କଟେ । ଭଲ ପାଇବା ଓ ପ୍ରେମର ପରିଭାଷା କଣ ବୁଝିନଥିଲା ପିଲାଟି ଯଦି ଏତେ ଭଲ ପାଇବା ପାଏ ତେବେ ତାଙ୍କୁ ସେ ସବୁବେଳେ ତ ତାମନରେ ସେହି ପ୍ରଶ୍ନ ଉଙ୍କିମାରିବ ,ଏତେ ଭଲପାଇବା କାହିକିଁ । ସବୁ ପ୍ରେମ ଯେମିତି ଏହି ଭଲପାଇବା ପାଖରେ ହାର ମାନିଛି । ସେ ରାଧା-କୃଷ୍ଣ ପ୍ରେମ ହେଉ ଅବା କୃଷ୍ଣ- ସୁଦାମା ପ୍ରେମ । ମତେ ତ ଲାଗେ ସେ ପ୍ରେମ ହୁଏତ ଇତିହାସ ମନ ରଖି ବ । ହେଲେ ଏ ଭଲପାଇବା ବର୍ତ୍ତମାନ ବାସ୍ତବ ଜୀବନ ପ୍ରତ୍ୟେକ ଦିନ ଲେଖୁଛି ଇତିହାସ । ହେଲେ ଏତେ ଭଲପାଇବା ଦେବା ପରେ ଆଜି କାହିକିଁ ଅନେକ ଏତେ ଯନ୍ତ୍ରଣା ଦିଅନ୍ତି ଏହି ଭଲପାଉଥିବା ବ୍ୟକ୍ତିଙ୍କୁ । ଏକଥା ବୁଝିବା ଭାରିକଷ୍ଟ । ହେଲେ ଏହି ଭଲ ପାଇବାରେ ଆଶା , ଲକ୍ଷ,ସ୍ୱାର୍ଥ ଭାବନା କେବେ ଏକଥା କି ଘୃଣା ବି । ସେଥିପାଇଁ ତ ମୁଁ ଭାବୁଛି ଏତେ ଭଲ ପାଇବା କାହିକି । ଆଉ ଯିଏ ଆମକୁ ଏତେ ଭଲ ପାଉଛନ୍ତି ସେ ଆଉ କିଏ ନୁହେଁ, ମତେ ଏ ଦୁନିଆକୁ ଆଣିଥିବା ମୋ ବାପା-ମାଆ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More