କୁହାଯାଏ ଇଛା ଥିଲେ ଦୁନିଆର ସବୁ କିଛି ସମ୍ଭବ । ଯାହାର ଉଦାହରଣ ବିଭିନ୍ନ କ୍ଷେତ୍ରରେ ଦେଖିବାକୁ ମିଳେ । ସେ ଓଡ଼ିଶାର ଧାବିକା ଦୂତି ଚାନ୍ଦ ହୁଅନ୍ତୁ କି ଧ୍ୟାନଚାନ୍ଦ । ସମ୍ବଳ ନଥାଇ ମଧ୍ୟ ଆଜି ଏମାନେ ପରିଚୟ ସୃଷ୍ଟି କରିପାରିଛନ୍ତି ଅନନ୍ୟ ଉଦାହରଣ । ସେଇଥିପାଇଁ ଆଜିର ଦୁନିଆରେ କ୍ରିକେଟ, ଫୁଟବଲ, ବିଜ୍ଞାନ, ରାଜନୀତି ଆଦି ବିଭିନ୍ନ କ୍ଷେତ୍ରରେ ମହିଳାଙ୍କ ଭୂମିକା ବି ଗୁରୁତ୍ବପୂର୍ଣ୍ଣ ।
ଅପରାଜିତା ରାୟ । ୮ ବର୍ଷ ବୟସରେ ନିଜ ବାପାକୁ ହରାଇଲେ । ଯିଏକି ସିକିମର ଜିଲ୍ଲା ବନଖଣ୍ଡ ଅଧିକାରୀ ଥିଲେ । ଏବଂ ତାଙ୍କର ମାଆ ଥିଲେ ଜଣେ ଶିକ୍ଷୟତ୍ରୀ । ବାପାଙ୍କ ମୃତ୍ୟୁ ସରକାରଙ୍କ ନିୟମ ପାଇଁ ହୋଇଥିବା ଜା୍ଣିବାକୁ ପାଇଥିଲେ ଅପରାଜିତା । ଆଉ ଶପଥ ନେଇଥିଲେ ଏହି ନିୟମକୁ ବଦଳ କରିବେ । ଆଉ ତାପରେ ଦ୍ବାଦଶ ଶ୍ରେଣୀରେ ନିଜର କଠିନ ଅଧ୍ୟବସାୟ ବଳରେ ୯୫% ମାର୍କ ରଖିଲେ ଅପରାଜିତା । ଏବଂ ଏଥିପାଇଁ ତଶି ନମଗୟଲ ଏକାଡେମୀର ବେଷ୍ଟ ଗାର୍ଲ ଆଓ୍ବାର୍ଡ ମଧ୍ୟ ପାଇଥିଲେ ।
ଲୋକଙ୍କୁ ସେବା ଓ ସୁରକ୍ଷା ଯୋଗାଇବା ଅପରାଜିତାଙ୍କ ପାଇଁ ଥିଲା ସ୍ବପ୍ନ । ସେଥିପାଇଁ ୨୦୦୯ରେ ଓ୍ବେଷ୍ଟ ବେଙ୍ଗଲ ନେଶନାଲ ୟୁନିଭରସିଟି ଅଫ ଜୁଡିସିଆଲ ସାଇନ୍ସ ରେ ବିଏଏଲଏଲବି କଲେ । ଏହାସହିତ ୟୁପିଏସି ପାଇଁ ନିଜକୁ ପ୍ରସ୍ତୁତ କରିଥିଲେ । ୨୦୧୧ରେ ସେ ଯେତେବେଳେ ପ୍ରଥେମ ଏହି ପୁରଷ୍କାର ଦେଲେ ସେ ପ୍ରଥମ ଥରରେ ୭୮୬ର ରେଙ୍କ ରଖିଥିଲେ । ହେଲେ ଏଥିରେ ଅସନ୍ତୋଷ ପ୍ରକାଶ କରି ପୁଣିଥରେ ଦେଇଥିଲେ ପରୀକ୍ଷା । ଏବଂ ୩୫୮ ରେଙ୍କରେ ରଖିଥିଲେ ।
ବର୍ତ୍ତମାନ ଅପରାଜିତା ପଶିମବଙ୍ଗରେ ଚାକାରୀ କରୁଛନ୍ତି । .