ଲର୍ଡସରେ ଭାରତର ଐତିହାସିକ ବିଜୟ

0

ଲର୍ଡସରେ ଭାରତର ଐତିହାସିକ ବିଜୟ I ଦୀର୍ଘ ୭ ବର୍ଷ ପରେ ଐତିହାସିକ ଲର୍ଡସ୍‌ କ୍ରିକେଟ୍‌ ଗ୍ରାଉଣ୍ଡରେ ଇଂଲଣ୍ଡକୁ ୧୫୧ ରନରେ ହରାଇ ବିଜୟ ହାସଲ କରିଛି ଭାରତୀୟ କ୍ରିକେଟ ଦଳ । ଏହି ବିଜୟ ସହ ୫ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌ରେ ଭାରତ ୧-୦ରେ ଆଗୁଆ ହୋଇଛି । ଅନ୍ତିମ ଦିବସରେ ଭାରତ ଅସମାପ୍ତ ଦ୍ୱିତୀୟ ଇନିଂସ ୬/୧୮୧ ରନ୍‌ରୁ ଖେଳ ଆରମ୍ଭ କରି ୮ ୱିକେଟ୍‌ ବିନିମୟରେ ୨୯୮ ରନ୍‌ କରି ପାଳି ଘୋଷଣା କରିଥିଲା । ଏଥିସହ ମୋଟ୍‌ ୨୭୧ ରନ୍‌ରେ ଅଗ୍ରଣୀ ଲାଭ କରିଥିଲା । ୨୭୨ ରନ୍‌ ବିଜୟ ଲକ୍ଷ୍ୟର ପିଛା କରି ଇଂଲଣ୍ଡ ଦ୍ୱିତୀୟ ଇନିଂସରେ ୧୨୦ ରନ୍‌ କରି ଅଲ୍‌ ଆଉଟ୍‌ ହୋଇ ଯାଇଥିଲା I ଏହି ହାଇଭୋଲଟେଜ୍‌ ମ୍ୟାଚରେ ଟିମ୍‌ ଇଣ୍ଡିଆର ଷ୍ଟାର ଓପନର ଲୋକେଶ ରାହୁଲ ପ୍ଲେୟାର ଅଫ୍‌ ଦ ମ୍ୟାଚ୍‌ ବିବେଚିତ ହୋଇଥିଲେ । ଟିମ୍‌ ଇଣ୍ଡିଆର ଏହି ଦମଦାର ବିଜୟ ପରେ ସମସ୍ତେ ଟିମ୍‌ ଇଣ୍ଡିଆର ଖେଳାଳିଙ୍କର ପ୍ରଶଂସା କରୁଛନ୍ତି।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More