ଲକ ଡାଉନ କୁ ବେଖାତିର : ବନ୍ତଳା ହାଟରେ ପ୍ରବଳ ଭିଡ଼

0

ଭୁବନେଶ୍ୱର : ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରରେ ଲକ୍‌ଡାଉନ ଘୋଷଣା କରାଯାଇଛି । ସାରା ରାଜ୍ୟରେ କରୋନାକୁ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କଡାକଡି କଟକଣା ଲାଗୁ କରାଯିବା ସତ୍ୱେ ଏହାକୁ ଖୋଲଖୋଲି ମାନୁନାହାଁନ୍ତି ସାଧାରଣ ଜନତା । ଅନଗୁଳ ଜିଲ୍ଲା କୁ ରବିବାର ଠାରୁ ୨୯ ତାରିଖ ପର‌୍ୟ୍ୟନ୍ତ ଲକ ଡାଉନ ଓ ବିଭିନ୍ନ ସ୍ଥାନରେ୧୪୪ ଧାରା କୁ ବଳ ବତର ରଖାଯାଉଛି । ସରକାରଙ୍କ ତରଫରୁ ବିଭିନ୍ନ ସଚେତନତା ମୂଳକ କାର‌୍ୟ୍ୟ ମଧ୍ୟ କରାଯାଉଛି । ଲୋକ ମାନଙ୍କୁ ଘରୁ ପଦାକୁ ବାହାରିବା ପାଇଁ ମନା କରିବା ସହିତ କଟକଣା ଜାରି ହୋଇଛି । ଏପରି କ୍ଷେତ୍ରରେ ଲୋକେ ଏହାକୁ ନ ମାନି ଏକାଠି ଠୁଳ ହେଉଛନ୍ତି । ସୋମବାର ସକାଳେ ବନ୍ତଳା ଥାନା କରତପଟା ଓ ବଡ଼କେରା ଛକରେ ହାଟରେ ବହୁ ସଂଖ୍ୟାରେ ଲୋକମାନେ ଠୁଳ ହୋଇ ବିଭିନ୍ନ ସାମଗ୍ରୀ କିଣୁଥିଲେ । ଖବର ପାଇ ବନ୍ତଳା ଥାନା ପୋଲିସ ଫୋର୍ସ ପହଂଚି ଗହଳିକୁ ଖାଲି କରିବାକୁ ପ୍ରୟାସ କରିବା ଲୋକଙ୍କୁ ବୁଝାସୁଝା କରିଥିଲେ । ତେବେ ପୋଲିସ ଗଲା ପରେ ପୁନର୍ବାର ଗହଳି ହୋଇଥିଲା । କରୋନା ଭଳି ମହାମାରୀକୁ ମୁଳପୋଛ କରିବା ପାଇଁ ଲୋକମାନେ ସଚେତନ ନ ହୋଇ ଆଇନକୁ ନମାନିବା ପରିତାପର ବିଷୟ ପାଲଟିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More