ଲକ୍ ଡାଉନ ୪.୦;ମେ ୩୧ ଯାଏଁ ବୃଦ୍ଧି : ଜାଣନ୍ତୁ ନୂଆ ଗାଇଡ୍ ଲାଇନ୍ ଅନୁସାରେ କ’ଣ ଖୋଲାରହିବ, କ’ଣ ବନ୍ଦ ରହିବ

0

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ତରଫରୁ ଲକ୍ ଡାଉନକୁ ବୃଦ୍ଧି କରାଯାଇଛି । ଦେଶରେ ଲକ୍ ଡାଉନ ୪.୦ ଲାଗୁହୋଇଛି । ସରକାର ଏହାକୁ ମେ ୩୧ ଯାଏଁ ବଢ଼ାଇଛନ୍ତି । ତେବେ ଆସନ୍ତୁ ଜାଣିବା ।ଏହି ସମୟରେ କଣ କଟକଣା ଜାରି କରିଛନ୍ତି ସରକାର-
● ସ୍କୁଲ, କଲେଜ ହୋଟେଲ, ସିନେମା ହଲ, ରେଷ୍ଟୁରାଂଟ, ଜିମ, ସୁଇମିଂପୁଳ, ପାର୍କ, ଥିଏଟର, ବାର୍ ଆଦି ବନ୍ଦ ରହିବ ।
● ଧର୍ମାନୁଷ୍ଠାନ ଗୁଡିକ ସାଧାରଣ ଲୋକଙ୍କ ପାଇଁ ବନ୍ଦ ରହିବ ।
● ଘରୋଇ ଓ ଆର୍ନ୍ତଜାତୀୟ ବିମାନ ସେବା ମଧ୍ୟ ବନ୍ଦ ରହିବ ।
● ସର୍ବସାଧାରଣ ସ୍ଥାନରେ ମଦ ପାନ,ଗୁଟଖା ଖାଇବା ମନା ।
● ମେଟ୍ରେସେବା ଉପରେ କଟକଣା ଲଗାଯାଇଛି ।
● ରାଜ୍ୟ ଓ ରାଜ୍ୟ ଭିତରେ ବୁଝାମଣା ମଧ୍ୟରେ ବସ ଚାଲିବ ।
● ସର୍ବ ସାଧାରଣ ସ୍ଥାନ ଓ କାର୍ଯ୍ୟକ୍ଷେତ୍ରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି ।
● ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ କର୍ଫ୍ୟୁ ଜାରି ରହିବ ।
● କଟେଂନମେଂଟ ଜୋନ୍‌ରେ ଅଧିକ କଟକଣା ଲାଗୁ ହେବ ।
● କେବଳ ଅତ୍ୟାବଶ୍ୟକ ସାମଗ୍ରୀ ଗତିବିଧିକୁ ଅନୁମତି ମିଳିବ ।
● ମାଲ ପରିବହରେ କୌଣସି ରୋକ ଲଗାଯାଇନାହିଁ
● ସନ୍ଧ୍ୟା ୭ରୁ ସକାଳ ୭ ଯାଏଁ କର୍ଫ୍ୟୁ ଜାରି ରହିବ ।
● ସ୍କୁଲ କଲେଜ ସବୁ ବନ୍ଦ ରହିବ।କେବଳ ଅନଲାଇନ ମଧ୍ୟରେ ପାଠ ପଢ଼ାହେବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More