ବିଦ୍ୟୁତ କାଟ ନିଷ୍ପତ୍ତିରୁ ନ ଓହରିଲେ ରାଜ୍ୟବାସୀ ଉଚିତ ଜବାବ ଦେବେ : ଲେଖାଶ୍ରୀ ସାମନ୍ତସିଂହାର

0

ଭୁବନେଶ୍ୱର : Gridco ପାଖରେ Discom ମାନେ 7657 କୋଟି ଜମା କରିନାହାନ୍ତି । ହେଲେ 1950 କୋଟି ଆଦାୟ କରିବାକୁ CESU ୧୧ ହଜାର ଗାଁକୁ ଅନ୍ଧାର କରିଦେବକୁ କହିଛନ୍ତି । ବଡ଼ କମ୍ପାନୀରୁ ଆଦାୟ ହେଉନି । ଅନ୍ୟପକ୍ଷରେ କହୁଛନ୍ତି 16 ତାରିଖରୁ ବିଦ୍ୟୁତ କାଟ କରିବେ । ଗରିବଙ୍କ ଉପରେ ପ୍ରହାର କାହିଁକି। ଆଗକୁ +2 ଓ ମାଟ୍ରିକ ପରୀକ୍ଷା । ସରକାର ବ୍ୟବସ୍ଥା କରନ୍ତୁ କେମିତି ଆଦାୟ ହେବ । bill ଆଦାୟ କରିବା କଥା । ହେଲେ ଖାଲି ଗରିବ କାହିଁକି ? ହଠାତ ଏବେ ଅନେକ ଲୋକଙ୍କୁ ପୁରୁଣା bill ପଠାଉଛନ୍ତି । ଏବେ ଏତେ ଟଙ୍କା ଗରିବ ଆଣିବ କେଉଁଠୁ ? ଏହା ବେଆଇନ ଯେ ଏତିକି ଦିନରେ ବିଦ୍ୟୁତ କାଟ ହେବ ? ରାଜ୍ୟ ସରକାର ତ ଓଡ଼ିଶାକୁ ବିଦ୍ୟୁତ ବଳକା ରାଜ୍ୟ କହୁଛନ୍ତି । ତାହେଲେ bill ଆଦାୟ ନାଁରେ ଗାଁ କାହିଁକି ଅନ୍ଧାର ହେବ । ଅସୁବିଧା ଥିବ ବୋଲି ଗରିବ bill ଦେଇନାହାନ୍ତି । ହେଲେ ବଡ କମ୍ପାନୀ ଓକିଲ ନିଯୁକ୍ତି କରିପାରିବେ ବୋଲି ସେମାନଙ୍କ ଠାରୁ କଣ ଆଦାୟ ହେବ । 24 ଘଣ୍ଟା ଭଲ ଭାବେ ବିଦ୍ୟୁତ ବ୍ୟବସ୍ଥା କରାଯାଉ । କେଉଁ term and condition ରେ ଘରୋଇ କମ୍ପାନୀ ଆସିଛନ୍ତି । ସେମାନଙ୍କଠାରୁ କେବେ ଆଦାୟ ହେବ ? ମାମଲା ବିଚାରାଧୀନ ଅଛି କହି ଚୁପ ନ ବସନ୍ତୁ । ଲୋକଙ୍କ ସହ ଆଲୋଚନା କରନ୍ତୁ କେମିତି ସେମାନେ bill ଦେଇପାରିବେ ? ଏମିତି ହଠାତ ବିଦ୍ୟୁତ କାଟର ନିଷ୍ପତ୍ତିରୁ ନ ଓହରିଲେ ରାଜ୍ୟବାସୀ ଉଚିତ ଜବାବ ଦେବେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More