ଆଜିଠୁ କୋଣାର୍କରେ ଆରମ୍ଭ ହେବ ୩୧ ତମ କୋଣାର୍କ ମହୋତ୍ସବ

0

ଭୁବନେଶ୍ୱର : କରୋନା କଟକଣା ମଧ୍ୟରେ ଆଜିଠୁ ୩୧ ତମ କୋଣାର୍କ ମହୋତ୍ସବ ଆରମ୍ଭ ହେବ । ଏହି ମହୋତ୍ସବ ୫ଦିନ ପର୍ଯ୍ୟନ୍ତ ଚାଲିବ । ଏହାସହ ଚନ୍ଦ୍ରଭାଗାର ବେଳାଭୂମିରେ ଅଷ୍ଟମ ଆନ୍ତଃଜାର୍ତୀୟ ବାଲୁକା କଳା ଉତ୍ସବ ମଧ୍ୟ ଆରମ୍ଭ ହେବ । ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ପର୍ଯ୍ୟଟନ ସଚିବ, ପର୍ଯ୍ୟଟନ ନିର୍ଦ୍ଦେଶକ ଓ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ, ପର୍ଯ୍ୟଟନ ଉନ୍ନୟନ ନିଗମ ମହାପ୍ରବନ୍ଧକ ପି.କେ. ଚାନ୍ଦ, ଅତିରିକ୍ତ ଜିଲ୍ଲାପାଳ ବିନୟ ଭୂଷଣ ଦାଶ ପ୍ରମୁଖ ଚନ୍ଦ୍ରଭାଗା ବାଲୁକା କଳା ଓ ମୁକ୍ତାକାଶ ରଙ୍ଗମଞ୍ଚର ପ୍ରସ୍ତୁତି କାର୍ଯ୍ୟ ଅନୁଧ୍ୟାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିମାପଡ଼ା ଏସ୍‌ଡିପିଓ ପ୍ରଦୀପ ଦଳାଇ, ପର୍ଯ୍ୟଟନ ଅଧିକାରୀ ରତିକାନ୍ତ ପଟ୍ଟନାୟକ, ସରୋଜକାନ୍ତ ପ୍ରଧାନ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍‌. ଶ୍ରୀନିବାସ ଉପସ୍ଥିତ ଥିଲେ।କୋଣାର୍କ ଓ ଚନ୍ଦ୍ରଭାଗାରେ ସମସ୍ତ ପ୍ରସ୍ତୁତିର ମଧ୍ୟ ସମୀକ୍ଷା କରିଛନ୍ତି । କୋଣାର୍କର ରଙ୍ଗମଞ୍ଚ ଓ ବେଳାଭୂମିକୁ ନୂଆ ରୂପରେ ସଜ୍ଜିତ କରାଯାଇଛି । ରଙ୍ଗମଞ୍ଚରେ ଲାଗିଥିବା ତୋରଣ, ଆଲୋକ ସଜ୍ଜା ଓ ଅନ୍ୟାନ୍ୟ ବାହ୍ୟ ସାଜସଜ୍ଜା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ସେହିପରି ଚନ୍ଦ୍ରଭାଗାରେ ବାଲୁକା କଳା ପ୍ରଦର୍ଶନ ପାଇଁ ବାରିକେଡ ନିର୍ମାଣ, ଆଲୋକୀକରଣ ଓ ତୋରଣ ନିର୍ମାଣ କରାଯାଇଛି । କୋଣାର୍କ ଉତ୍ସବରେ ୫ ଦିନ ପର୍ଯ୍ୟନ୍ତ ଓଡ଼ିଶୀ, କଥକ, କଳାକାରଙ୍କ ଦ୍ୱାରା ବାର୍ଲି ନୃତ୍ୟ, ମୋହିନୀ ଆଟମ, ଭାରତ ନାଟ୍ୟମ ଆଦି ନୃତ୍ୟ ପରିବେଷଣ ହେବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More