କିଶୋର ନଗରରେ ଆଇନକୁ ଫୁ

0

କିଶୋର ନଗର : ଏବେ ସାରା ଦେଶରେ କର୍ଫ୍ୟୁ । କରୋନା ମୁକାବିଲା ପାଇଁ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ବାହାରକୁ ନ ବାହାରି ଘରେ ରହିବାକୁ ନିବେଦନ କରିଛନ୍ତି । ହେଲେ କିଶୋର ନଗରରେ ଲୋକେ ଏହା ମାନିବାକୁ ନାରାଜ। ଫଳରେ ପୋଲିସ ଘୋଷରରେ ଲାଠି ଚାଳନା କରିଥିଲା I ତହସିଲଦାର, ବିଡ଼ିଓ, ପୋଲିସ ସାରା ଅଞ୍ଚଳରେ ଦିନ ତମାମ ବୁଲି ଲୋକଙ୍କୁ ଘରୁ ନ ବାହାରିବାକୁ ବୁଝାଉଛନ୍ତି। ହେଲେ ଲୋକେ ଏହା ବୁଝିବାକୁ ନାରାଜ । ବିଭିନ୍ନ ସମୟରେ ବିଭିନ୍ନ ଆଳ ଦେଖାଇ ସେମାନେ ବାହାରେ ବୁଲୁଛନ୍ତି । ବଜାରକୁ ଯିବା ବାହାନାରେ ସେମାନେ କିଶୋର ନଗରରେ ଗହଳି ସୃଷ୍ଟି କରୁଛନ୍ତି । ଯାହା କି ବର୍ତ୍ତମାନ ସମୟରେ ଏକ ଅପରାଧ । ଆଜି ସକାଳୁ ଘୋଷର ଗ୍ରାମରେ ଲୋକଙ୍କୁ ପୋଲିସ ବୁଝାଇବା ପରେ ବି ସେମାନେ ଘରକୁ ଯାଇନଥିଲେ। ଫଳରେ ପୋଲିସ ବାଧ୍ୟ ହୋଇ ସେଠାରେ ଲାଠି ଚାଳନା କରିଥିଲା ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More