କିଛି ଶିଖିଲାନି କଂଗ୍ରେସ : ଦଳ ଛାଡିବା ପାଇଁ ଗୋଡ ଟେକିଲେଣି ବରିଷ୍ଠ ନେତା

0

ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନରେ ସବୁଠାରୁ ଶୋଚନୀୟ ପରାଜୟର ସମ୍ମୁଖୀନ ହୋଇଥିଲା ରାଜ୍ୟ କଂଗ୍ରେସ I ୯ଟି ବିଧାନସଭା ଆସନ ଓ ୧ଟି ଲୋକସଭା ଆସନ ହାତେଇଥିଲା ଦଳ I ବିଧାନସଭାରେ ମଧ୍ୟ ବିରୋଧୀ ଦଳର ମାନ୍ୟତା ହରାଇଛି ଦଳ I ହେଲେ ଏତେସବୁ ପରେ ମଧ୍ୟ ରାଜ୍ୟ କଂଗ୍ରେସର ଚର୍ଚିତ ନେତାମାନେ କିଛି ଶିକ୍ଷା ଲାଭ କଲେ ନାହଁ I ୨୦ ବର୍ଷ ଧରି ଗୋଷ୍ଠୀ କନ୍ଦଳର ପୁରୁଣା ରୋଗ ଏବେ କଂଗ୍ରେସ ନେତାଙ୍କ ଦେହରେ ସଂକ୍ରମିତ ହୋଇ ପଦାକୁ ବାହାରିଛି I ୨୦୧୯ ନିର୍ବାଚନରେ ଗଠିତ ହୋଇଥିବା ସବୁ ଟିମକୁ କଂଗ୍ରେସ ଅଧକ୍ଷ ସୋନିଆ ଗାନ୍ଧୀ ଭାଙ୍ଗି ଦେଥିଲେ ମଧ୍ୟ ସଭାପତି ଓକାର୍ଯ୍ୟକାରୀ ସଭାପତି ପଦ ଅପରିବର୍ତ୍ତିତ ରଖିଥିଲେ I ଯାହା କଂଗ୍ରେସର ଗୋଷ୍ଠୀ କନ୍ଦଳ ରୋଗକୁ ଅଧିକ ସଂକ୍ରମିତ କରିଛି I ଧୀରେ ଧୀରେ ନିରଞ୍ଜନଙ୍କ ବିରୁଦ୍ଧରେ ନେତାଏ ନିଜର ଅସନ୍ତୋଷ ପ୍ରକାଶ କଲେଣି I ଏଥର ଆଗକୁ ଆସିଛନ୍ତି ବରିଷ୍ଠ କଂଗ୍ରେସ ନେତା ଅମର ପ୍ରଧାନ I କଂଗ୍ରେସରେ ଭିଲିଆନ ଅଛନ୍ତି , ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଜଣେ ଭଲ ବେପାରୀ ଆଦି କହି ଦଳର ଗୋଷ୍ଠୀ ବିବାଦ କିପରି ଉଗ୍ର ରୂପ ନେଇଛି ତାହା ତାଙ୍କ ବୟାନରୁ ସ୍ପଷ୍ଟ ଜଣାପଡୁଛି I ଅମରଙ୍କ ଏପରି ବୟାନ କଂଗ୍ରେସ ରାଜନୀତିକୁ ଦୁଇ ସପ୍ତାହ ଧରି ହଲଚଲ କରୁଛି I ନିରଞ୍ଜନଙ୍କ ଘୋର ଉଦ୍ୟୋଗୀ ବରିଷ୍ଠ ନେତା ଶରତ ରାଉତ ମଧ୍ୟ ଅମରଙ୍କୁ ପରୋକ୍ଷରେ ସମର୍ଥନ କରିଛନ୍ତି I କଂଗ୍ରେସର ଏପରି ଦୂଦୀଦିନ ସମୟରେ ୨୦ ବର୍ଷ ଧରି କ୍ଷମତ ବାହାରେ ଥିବା କଂଗ୍ରେସ ବଡ଼ ବିପର୍ଯୟର ସମ୍ମୁଖୀନ ହୋଇ ମଧ୍ୟ ଦଳର ଚର୍ଚିତ ନେତାମାନେ କିଛି ଶିଖିଲେ ନାହିଁ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି I ତେବେ ଆସନ୍ତା ୧୨ ତାରିଖ ଦିଲ୍ଲୀରେ ବସିବାକୁ ଥିବା AICC ବୈଠକରେ ଓଡିଶା କଂଗ୍ରେସକୁ ନେଇ ମାନସ ମନ୍ଥନ କରାଯିବ I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More