ପାକିସ୍ତାନକୁ ଯିବା ପାଇଁ କଂଗ୍ରେସ ନେତା ନବଜୋତ ସିଂ ସିଧୁଙ୍କୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ପ୍ରଥମ ଆମନ୍ତ୍ରିତ ଅତିଥି ଯେକି କରତାରପୁର କରିଡର ଉଦଘାଟନ କାର୍ଯ୍ୟକ୍ରମରେ ପାକିସ୍ତାନରେ ଯୋଗଦେବା ପାଇଁ ନିମନ୍ତ୍ରଣ କଲେ I

0

ଭାରତ ବିରୁଦ୍ଧରେ ଓ ପାକିସ୍ତାନ ସପକ୍ଷରେ ବିବାଦୀୟ ମତାମତ ଦେଇ ସମସ୍ତଙ୍କ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା କଂଗ୍ରେସ ନେତା ନବଜୋତ ସିଂ ସିଧୁ ପୁନର୍ବାର ପାକିସ୍ତାନ ଯିବାକୁ ଇଛା ପ୍ରକାଶ କରି କେନ୍ଦ୍ର ସରକାରଙ୍କ ଠାରୁ ଅନୁମତି ଲୋଡିଛନ୍ତି I କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ ଏକ ପତ୍ର ଲେଖି ଜାଣିଛନ୍ତି ଯେ , ତାଙ୍କର ପାକିସ୍ତାନ ଯିବାରେ କୋୖଣସି ମନ୍ଦ ଉଦେଶ୍ୟ ନାହିଁ I ସେ ଜଣେ ଶିଖ ହିସାବରେ ନଭେମ୍ବର ୯ ତାରିଖ ଦିନ କରତାରପୁର କରିଡରର ଉଦଘାଟନୀ ଉତ୍ସବରେ ଯୋଗଦେବା ପାଇଁ ୮ ତାରିଖ ଦିନ ୱାଘା ବଡ଼ର ଦେଇ ପାକିସ୍ତାନ ଯିବା ପାଇଁ ଇଛା ପ୍ରକାଶ କରିଛନ୍ତି ଓ ତାଙ୍କୁ ପାକିସ୍ତାନ ଯିବା ପାଇଁ ଅନୁମତି ଦିଆଯିବା ପାଇଁ ଅନୁରୋଧ କରିଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More