ଆଜିଠୁ ‘ମୋ ସରକାର’ ଯୋଜନା ଅଧୀନରେ “କାଳିଆ” ଯୋଜନା

0

ଭୁବନେଶ୍ୱର : ଆଜି ରାଜ୍ୟ ସରକାରଙ୍କ ‘ମୋ ସରକାର’ ଯୋଜନାରେ ଅନ୍ତର୍ଭୁକ୍ତ ହେଲା “କାଳିଆ” ଯୋଜନା I ସେହିପରି ଅନ୍ୟ ୭ଟି ଯୋଜନା ‘ମୋ ସରକାର’ ଯୋଜନାର ଅଧୀନରେ ଆସିବ I ପାନୀୟ ଜଳ ଯୋଗାଣ , ଜାତୀୟ ଖାଦ୍ୟ ସୁରକ୍ଷା , ମମତା ଯୋଜନା ‘ମୋ ସରକାର’ ଅଧୀନରେ ଆସିବ I ସେହିପରି ବାହନ, ସାରଥୀ , ଚାଷୀ ପଞ୍ଜିକରଣ ଓ ମିଶନ ଶକ୍ତିରେ କାର୍ଯ୍ୟ କରିବ ‘ମୋ ସରକାର’I ମୋ ସରକାର ଅଧିନରେ କାଳିଆ ଯୋଜନା ଆସିବା ପରେ, ହିତାଧିକାରୀଙ୍କୁ ଫୋନ କରି ସୁବିଧା ଅସୁବିଧା ବୁଝିବେ ପ୍ରଶାସନିକ ଅଧିକାରୀ । ଏହାଛଡା ରାଜ୍ୟ କୃଷି ବିଭାଗ ଏକ ପବ୍ଲିକ ଗ୍ରିଭେନ୍ସ ପୋର୍ଟାଲ ମଧ୍ୟ ଖୋଲିବ ଯାହା ଜରିଆରେ ହିତାଧିକାରୀ ଅଭିଯୋଗ କରିପାରିବେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More