କଣ୍ଢେଇ ର ହେଲା ଅସ୍ତ୍ରୋପଚାର

0

ପିଲାଙ୍କ ଜିଦ ପାଖରେ ସବୁ କିଛି ତୁଚ୍ଛ । ବାପା ମାଆ, ମାମୁଁ, ଠାରୁ ଆରମ୍ଭ କରି ଗୁୁରୁଜନ ସମସ୍ତେ ପିଲାଙ୍କ ଜିଦକୁ ମାନି ନିଅନ୍ତି । ଇଚ୍ଚା ନଥିଲେ ବି ପିଲାଙ୍କ ଜିଦ ପାଇଁ ବହୁତ କାମ କରିବାକୁ ପଡ଼େ । ଆଉ ଆଜି ଯୁଗରେ ତ ଜନ୍ମରୁ ପିଲାମାନେ ଏତେ ବୃଦ୍ଧିମାନ ଯେ ସେମାନଙ୍କୁ ଠକିବା ବଡ଼ ମୁସକିଲ । ତେବେ ରାଜଧାନୀ ଦିଲ୍ଲୀରୁ ଏପରି ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ଆଚର୍ଯ୍ୟ ହୋଇଯିବେ । ଗୋଟ ଛୋଟ ଶିଶୁର ଜିଦ ପାଇଁ ଡ଼ାକ୍ତର ବାଧ୍ୟହୋଇ ଗୋଟେ କଣ୍ଢେଇ ର ଅସ୍ତ୍ରୋପଚାର କରାଯାଇଛି ।
ଏହି ଖବର ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ଘଟଣାଟି ଥିଲ ଏପରି । ପରିବାର ଲୋକଙ୍କ ଅସାବଧାନତାରୁ ଅଘଟଣ ଘଟିଲା ! ଶିଶୁଟିର ଦୁଇ ଗୋଡ ଭାଙ୍ଗି ଯାଇଥିଲା ! ଶିଶୁର ବୟସ ଦେଢ଼ କି ଦୁଇ ବର୍ଷ ହେବ ! ଅସ୍ତ୍ରୋପଚାର ଲାଗି ପରିବାର ଲୋକ ଲୋକନାୟକ ହସ୍ପିଟାଲରେ ଭର୍ତ୍ତି କଲେ ! କିନ୍ତୁ ଶିଶୁର ଗୋଟିଏ ଜିଦି କି ପ୍ରଥମେ ତା ଗୁଡ଼ିଆ (କଣ୍ଢେଇ)ର ଅସ୍ତ୍ରୋପଚାର ହେବ ତାପରେ ତାର ! ଡାକ୍ତର ତା କଥା ମାନିଲେ ! ପ୍ରଥମେ କଣ୍ଢେଇର ପରେ ଶିଶୁର ପ୍ଳାଷ୍ଟର ହେଲା !\n\nଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ରେ କ୍ୟାଟେରିଙ୍ଗ ସେବା ଏବେ ଇଛାଧି

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More