ଚକୋଲେଟ ହିରୋ ସାହିଦ କାପୁରଙ୍କ ବହୁ ପ୍ରତିକ୍ଷିତ ଫିଲ୍ମି କବିର ସିଂହ ବକ୍ସ ଅଫିସରେ ଧମାଲ କରୁଛି । ଲଗାତାର ଏହି ଫିଲ୍ମି ତାର ଆୟ ବଢ଼ାଇ ଚାଲିଛି । ଗତ ତିନିଦିନରେ ଏହି ଫିଲ୍ମଟି ୭୦କୋଟିରୁ ଅଧିକ ଆୟ କରିସାରିଲେଣି । ଦର୍ଶକ ମଧ୍ୟ ଏହି ଫିଲ୍ମୀକୁ ଭଲ ରେସ୍ପଅନ୍ସ ଦେଉଛନ୍ତି । ପ୍ରେମ, ବିଚ୍ଛେଦ ଏବଂ ବର୍ବାଦ୍କୁ ନେଇ ତିଆରି ହୋଇଥିବା ଏହି ଫିଲ୍ମରେ ଶାହିଦ୍ କପୁର୍ଙ୍କୁ ଏକ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି । ଫିଲ୍ମରେ ଶାହିଦଙ୍କ ଲୁକ୍ ଓ ଅନ୍ଦାଜ ଦର୍ଶକଙ୍କୁ ବେଶ୍ ପସନ୍ଦ ଆସିଛି । ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ସନ୍ଦିପ ବାଙ୍ଗା।