ଭାରତୀୟ ହିନ୍ଦୁ ମାନଙ୍କର ମନ୍ଦିର ନିର୍ମାଣ କଳା ପୃଥିବୀର ଅଦ୍ୱିତୀୟ : ଏହାର ତୁଳନା ନାହିଁ I ଏହା କହିଛନ୍ତି ଭାରତୀୟ ପ୍ରତ୍ନତାତ୍ତିକ ସର୍ବେକ୍ଷଣ ସଂସ୍ଥା (ASI )ର ପୂର୍ବତନ ନିର୍ଦ୍ଧେଶକ କେ.କେ ମହମ୍ମଦ I ଯାହାର ରିପୋର୍ଟ ରାମନଜନ୍ମ ଭୂମି ଓ ବାବ୍ରି ମସଜିଦ ସମସ୍ୟା ସମାଧାନ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି I

0

ଭୁବନେଶ୍ୱର : ଦୀର୍ଘ ଦିନ ଧରି ରାମଜନ୍ମ ଭୂମି ଓ ବାବ୍ରି ମସଜିଦ ଉପରେ ବିଭିର୍ନ ପର୍ଯାୟରେ ବିଚାର କରାଯାଇ ଶେଷରେ ସୁପ୍ରିମକୋର୍ଟ ତାଙ୍କ ରାୟରେ ବାବ୍ରି ମସଜିଦ ଥିବା ୨.୭୭ ଏକର ଜମିକୁ ରାମଲାଲା ଙ୍କ ଜମି ବୋଲି ଘୋଷଣ କରିଛନ୍ତି I ଏହି ଗୁରୁତ୍ୱପୂର୍ଣ ନିଷ୍ପତି ନେବା ପୂର୍ବରୁ ଦୀର୍ଘ ୪୦ ଦିନ ଧରି ଚାଲିଥିବା ବିଚାର ପ୍ରକ୍ରିୟାରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗେଇଙ୍କ ନେତୃତ୍ୱରେ ଗଠିତ ୫ଜଣିଆ ଖଣ୍ଡପୀଠ ଉଭୟ ପକ୍ଷଙ୍କ ଯୁକ୍ତି ଓ ଦସ୍ତାବିଜ ଉପରେ ବିଚରା ଆଲୋଚନା କଲାବେଳେ ଯେଉଁ ଗୁରୁତ୍ଵପୂର୍ଣ ବିଷୟ ଉପରେ ସମସ୍ତେ ସହମତି ପ୍ରକାଶ କରିଥିଲେ, ସେ ବିଷୟଟି ହେଲା ଭାରତୀୟ ପ୍ରତ୍ନତାତ୍ତିକ ସର୍ବେକ୍ଷଣ ସଂସ୍ଥା (ASI) ର ପୂର୍ବତନ ନିର୍ଦ୍ଧେଶକ କେ.କେ ଅହମଦଙ୍କ ଖନନ ରିପୋର୍ଟ I ଯେଉଁ ରିପୋର୍ଟରେ କି ସେ ପ୍ରକାଶ କରିଥିଲେ ଯେ, ଭାରତୀୟ ହିନ୍ଦୁ ମାନଙ୍କ ମନ୍ଦିର ନିର୍ମାଣ କଳା ଓ ନିର୍ମାଣ ଶୈଳୀ ହିନ୍ଦୁ ଧର୍ମର ପୁରାଣ ଆଧାରରେ ହୋଇଥାଏ I ଏହା ପୃଥିବୀର ଅଦ୍ୱିତୀୟ I ବାବ୍ରି ମସଜିଦ ଖନନ ସଭାରେ ସେ ପ୍ରକଶ କରିଥିଲେ ଯେ, ବାବ୍ରି ମସଜିଦ ତଳେ ଏକ ହିନ୍ଦୁ ମନ୍ଦିର ଥିଲା I ଏ ବିଷୟ ତତ୍କାଳୀନ ସରକାରଙ୍କୁ ସେ ମଧ୍ୟ ଜଣାଇଥିଲେ I କିନ୍ତୁ କେହି ଏଥିପ୍ରତି ଗୁରୁତ୍ୱ ଦେଇନଥିଲେ I ଏଭଳି ତଥ୍ୟ ପ୍ରକଶ କରିଥିବାରୁ ମହମ୍ମଦ ଙ୍କୁ ମୁସଲିମ ସମ୍ପ୍ରଦାୟର ରୋଷର ଶିକାର ହେବାକୁ ପଡିଥିଲା I ତାଙ୍କର ଏହି ତଥ୍ୟକୁ ସେତେବେଳେ ଭାରତର ବହୁ ଗବେଷକ ଗ୍ରହଣ କରିନଥିଲେ I କିନ୍ତୁ ସୁପ୍ରିମକୋର୍ଟ ମହମଦଙ୍କ ରିପୋର୍ଟ ଉପରେ ବିଭିର୍ନ ତଥ୍ୟ ସଂଗ୍ରହ କରି ମନ୍ଦିର ଥିବା ପ୍ରକାଶ କରିଥିବାରୁ ମହମ୍ମଦ ଖୁସି ଅଛନ୍ତି ବୋଲି ପ୍ରକଶ କରିଛନ୍ତି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More