ଅଯୋଧ୍ୟା ରାମଜନ୍ମଭୂମୀ ବିବାଦର ଫଇସଲା ପରେ ସୁପ୍ରିମକୋର୍ଟ ଜର୍ଜ ଙ୍କୁ ଧମକ

0

ଭୁବନେଶ୍ୱର : ଅଯୋଧ୍ୟା ରାମ ଜନ୍ମଭୂମି ମାମଲା ଉପରେ ଦୀର୍ଘ ଦିନ ଧରି ଚାଲିଥିଵା ବିବାଦର ଏକ ସ୍ଥାୟୀ ସମାଧାନ ଗତ ୯ ତାରିଖ ଦିନ ସୁପ୍ରିମ କୋର୍ଟର ୫ ଜଣିଆ ବିଚାରପତି ଖଣ୍ଡପୀଠ ତାଙ୍କ ରାୟରେ ଫଇସଲା ଶୁଣାଇଲା ପରେ ଭାରତ ବର୍ଷରେ ଏକ ଭାଇଚାରା ଭାବ ଦେଖିବାକୁ ମିଳିଥିଲା I ସବୁ ସମ୍ପ୍ରଦାୟର ଲୋକ ଏହାକୁ ସ୍ୱାଗତ କରିଥିଲେ I କିନ୍ତୁ କେତେକ ବିଛିର୍ଣତାବାଦୀ ଯେଉଁମାନେକି ଦୀର୍ଘ ଦିନ ଧରି ଏହି ପରି ଏକ ସମବେଦନଶୀଳ ବିଷୟ ଉପରେ ରାଜନୀତି କରୁଥିଲେ ସେମାନେ ବର୍ତ୍ତମାନ ବିଚାରପତି ମାନଙ୍କୁ ଧମକ ଦେବା ବିଷୟ ଲୋକଲୋଚନକୁ ଆସିଛି I ପ୍ରଥମ ପର୍ଯ୍ୟାୟରେ ଖଣ୍ଡପୀଠରେ ସାମିଲ ଥିବା ଜଷ୍ଟିସ ଅବଦୁଲ ନଜିରଙ୍କୁ ଏହି ଧମକ ମିଳିଛି I ଗୁଇନ୍ଦା ପକ୍ଷରୁ ମଧ୍ୟ ସ୍ୱରାଷ୍ଟ୍ର ମନ୍ତ୍ରାଳୟକୁ କୁହାଯାଇଛି ଯେ , ଜଷ୍ଟିସ ନଜିରଙ୍କ ଜୀବନ ପ୍ରତି PFI ଓ ଅନ୍ୟ ସଂଗଠନ ଠାରୁ ବିପଦ ରହିଛି I ଏହି ଖବର ପାଇଲାପରେ ସ୍ୱରାଷ୍ଟ୍ର ମନ୍ତ୍ରାଳୟ ନଜିର ଓ ତାଙ୍କ ପରିବାରର ସୁରକ୍ଷାକୁ ବଢ଼ାଇ ଦିଆଯାଇଛି I

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More