ଆଜି ରାଷ୍ଟ୍ରପତି ଭାବେ ଶପ‌ଥ ନେବେ ଜୋ ବାଇଡେନ

0

ଆଜି ଆମେରିକାର ୪୬ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ଜୋ ବାଇଡେନ । ତାଙ୍କ ସହ ଭାରତୀୟ ବଂଶଜ କମଳା ହାରିଶ ମଧ୍ୟ ୪୯ତମ ଉପରାଷ୍ଟ୍ରପତି ଭାବେ ଶପଥ ନେବେ I କମଳା ହାରିଶ ହେବେ ଦେଶର ପ୍ରଥମ ମହିଳା ଉପରାଷ୍ଟ୍ରପତି । ଶପଥ ଗ୍ରହଣ ଲାଗି ବାଇଡେନ ଆଜି ୱାଶିଂଟନ ଡିସିରେ ପହଞ୍ଚିଛନ୍ତି । ଶପଥ ଗ୍ରହଣ ସମାରୋହ ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ତେବେ ଏହି ଶପଥ ସମାରୋହରେ ଟ୍ରମ୍ପ ଯୋଗଦେବେ ନାହିଁ ବୋଲି ଜଣାପଡ଼ିଛି । ମୁଖ୍ୟ ବିଚାରପତି ଜନ୍ ରବର୍ଟ୍ସ ସ୍ଥାନୀୟ ସମୟ ଦିନ ୧୨ଟା ବାଜିବା ମାତ୍ରକେ କ୍ୟାପିଟାଲ୍ ୱେଷ୍ଟ ଫ୍ରଣ୍ଟରେ ବାଇଡେନଙ୍କୁ ରାଷ୍ଟ୍ରପତି ପଦପାଇଁ ଶପଥ କରାଇବେ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More