ଜିଓର ଗିଗା ଫାଇବର ଅଫର

0

ଶସ୍ତା ଓ ସୁନ୍ଦର ଇଣ୍ଟରନେଟର ସୁବିଧା ଯୋଗାଇ ଦେଉଥିବା ଭାରତର ଏକ ନମ୍ବର ଟେଲିକମ ସଂସ୍ଥା ଜିଓ ଗ୍ରାହକ ମାନଙ୍କପାଇଁ ଆଣିଦେଉଛି ନୂଆ ଉପହାର । ସେପ୍ଟେମ୍ବର ୫ତାରିଖରେ ଏହା ବ୍ୟବସାୟିକ ଭାବରେ ବଜାରରେ ଉପଲବ୍ଧ କରାଯିବା ନେଇ ଜିଓ ଟେଲିକମ ସଂସ୍ଥାର ଏମ.ଡି. ମୁକେଶ ଅମ୍ବାନୀ ଘୋଷଣା କରିଛନ୍ତି । ଆଜି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ୪୨ତମ ଆନ୍ୟୁଆଲ ଜେନେରାଲ ମିଟିଙ୍ଗରେ ଏହି ବଡ ଘୋଷଣା କରାଯାଇଛି ଯାହାଦ୍ୱାରାକି ଭାରତର ଜିଓ ଉପଭୋକ୍ତା ୧୦୦ଏମବିପିଏସ ସ୍ପିଡରୁ ଆରମ୍ଭ କରି ୧ଜିବିପିଏସ ପର୍ଯ୍ୟନ୍ତ ସ୍ପିଡରେ ଇଣ୍ଟରନେଟ ସୁବିଧା ପାଇପାରିବେ । ସେହିଭଳି ଜିଓ ଫାଇବରର ପ୍ଲାନଗୁଡିକ ୭୦୦ଟଙ୍କାରୁ ଆରମ୍ଭ କରି ୧୦ହଜାର ଟଙ୍କା ପର୍ଯ୍ୟନ୍ତ ରହିବ । ଏଥିରେ ଭଏସ୍ କଲ ମାଗଣା ମିଳିବ । ଜିଓ ଫାଇବର ସହିତ ଓଟିଟି ଆପଗୁଡିକର ଆକସେସ୍ ମଧ୍ୟ ମିଳିବ । ପ୍ରିମିୟମ ଜିଓ ଫାଇବର କଷ୍ଟରମ୍ସଙ୍କୁ ସିନେମା ରିଲିଜ ହେବାରର ପ୍ରଥମ ଦିନରେ ଅର୍ଥାତ୍ ଫାଷ୍ଟ ଡେ ଫାଷ୍ଟ ସୋ’ ଦେଖଲବାର ସୁବିଧା ମିଳିବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More