ଓଡିଶା ବଜାରରେ ଜିଓର ରାଜୁତି

0

ଓଡିଶା ବଜାରରେ ରାଜୁତି କରୁଛି ମୁକେଶ ଅମ୍ବାନିଙ୍କ ଜିଓ ନେଟୱର୍କ । ସ୍ୱଳ୍ପ ଟଙ୍କାରେ ଜିଓ ଅଧିକ ଟାକଟାଇମ ଓ ଇଣ୍ଟରନେଟର ମଜା ଦେଉଛି ଓଡ଼ିଶାବାସୀଙ୍କୁ । ତେଣୁ ଓଡ଼ିଶାର ଅଧିକାଂଶ ଉପଭୋକ୍ତା ଜିଓ ସିମ ବ୍ୟବହାର କରୁଛନ୍ତି । ଯେଉଁ ଉପଭୋକ୍ତାମାନେ ଅନ୍ୟ କମ୍ପାନୀର ସିମ କାର୍ଡ ବ୍ୟବହାର କରୁଛନ୍ତି ସେମାନଙ୍କର ପାଖରେ ପ୍ରାୟତଃ ଜିଓ ସିମ ମଧ୍ୟ ରହିଥିବାର ଦେଖିବାକୁ ମିଳିଛି । ସେହି ଅନୁପାତରେ ଜିଓ କମ୍ପାନୀର ଓଡିଶାରୁ ଆୟ ଅନ୍ୟ କମ୍ପାନୀ ତୁଳନାରେ ଯଥେଷ୍ଟ ଅଧିକ ରହୁଥିବା ଭାରତୀୟ ଟେଲିକମ୍ ନିୟାମକ କର୍ତ୍ତୃପକ୍ଷ ଟ୍ରାଇ ଏହା କହିଛନ୍ତି । ସୂଚନା ମୁତାବକ ଅନ୍ୟ କମ୍ପାନୀ ତୁଳନାରେ ଓଡ଼ିଶାରେ ଏବେ ଜିଓ ସର୍ବାଧିକ ୪୨.୪ ପ୍ରତିଶତ ବଜାର ଦଖଲ କରିଛି । ମାର୍ଚ୍ଚ ତ୍ରୈମାସରେ ରାଜ୍ୟରୁ ଜିଓ ମୋଟ ୪୦୩.୧୯ କୋଟି ଟଙ୍କା ଆୟ କରିଥିବାବେଳେ ଏୟାରଟେଲ୍ ୩୫୭.୪୪ କୋଟି, ଭୋଡାଫୋନ୍ ଆଇଡିଆ ୧୨୧.୯ କୋଟି ଏବଂ ବିଏସ୍‌ଏନ୍‌ଏଲ୍ ୬୦.୦୫ କୋଟି ଟଙ୍କା ଓ ଟାଟା ଟେଲିସର୍ଭିସ୍‌ ମୋଟ ୯.୨୨ କୋଟି ଟଙ୍କା ଆୟ କରିଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More