ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କବାଦୀ

0

ଜାମ୍ମୁ-କାଶ୍ମୀର: ପୁଣି ଜାମ୍ମୁ-କାଶ୍ମୀର ଦୁଇଟି ଭିନ୍ନଭିନ୍ନ ସ୍ଥାନରେ ଗୁଳିବିନିମୟ ହୋଇଛି । ଆତଙ୍କବାଦୀ ଓ ସୁରକ୍ଷାକର୍ମୀ ମାନେ ମୁହାଁମୁହିଁ ହୋଇଥିବା ବେଳେ କୁପଓ୍ୱାଡ଼ା ଓ ସୋପାରରେ ସୁରକ୍ଷାକର୍ମୀ ମାନେ ଜୋରଦାର ଗୁଳିବିନିମୟ କରିଛନ୍ତି । ଫଳରେ ଏହି ଗୁଳିବିନିମୟରେ କୁପଓ୍ୱାଡ଼ାରେ ୨ ଓ ସୋପାରରେ ଜଣେ ଆତଙ୍କବାଦୀ ନିହତ ହେରାଇଥିବା ଜଣାପଡ଼ିଛି । କୁପଓ୍ୱାଡ଼ାରେ ମୃତ ଦୁଇ ଆତଙ୍କବାଦୀ ଲସ୍କର-ଏ-ତୋଇବାର ହୋଇଥିବା ସୂଚନା ମିଳିଥିବା ବେଳେ ସୋପାରରେ ଜଣେ ପାକିସ୍ତାନୀ ଆତଙ୍କବାଦୀର ମୃତ୍ୟୁ ହୋଇଛି ବୋଲି ସୂଚନା ଦିଆଯାଇଛି ।
ସୂଚନା ମୁତାବକ ସମ୍ପୃକ୍ତ ଦୁଇଟି ଅଞ୍ଚଳରେ ଆତଙ୍କବାଦୀ ମାନେ ଲୁଚି ରହିଥିବା ନେଇ ବିଶେଷ ସୂତ୍ରରୁ ଖବର ପାଇଥିଲେ ସୁରକ୍ଷାକର୍ମୀ । ଫଳରେ ଘଟଣାସ୍ଥଳରେ ପହଞ୍ଚିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ସର୍ଚ୍ଚ ଅପରେସନ ସମୟରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଘଟଣାସ୍ଥଳରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ ହୋଇଥିଲେ । ଏନେଇ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More