ପଲିଥିନ ମୁକ୍ତ ହେବ ଯାଜପୁର ସହର

0

ଯାଜପୁର ସହରକୁ ସମ୍ପୂର୍ଣ ପଲିଥିନ ମୁକ୍ତ କରିବାପାଇଁ ଅଣ୍ଟା ଭିଡିଛି ଯାଜପୁର ପୌର ପରିଷଦ । ସ୍ୱାୟତ୍ତ ଶାସନ ଦିବସ ଅବସରରେ ଯାଜପୁରକୁ ପଲିଥିନ ମୁକ୍ତ କରିବାପାଇଁ ଏକ ସଚେତନତା ପଦଯାତ୍ରା ଯାଜପୁର ପୌରପାଳିକା ପକ୍ଷରୁ ଆୟୋଜନ କରାଯାଇଥିଲା । ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ, ପୂର୍ବତନ ପୌରାଧ୍ୟକ୍ଷ ଭବପ୍ରସାଦ ଦାସ ପତାକା ଦେଖାଇ ଏହି ପଦଯାତ୍ରାର ଶୁଭାରମ୍ଭ କରିଥିଲେ । ପୁରା ସହରରେ ପଦଯାତ୍ରା ମାଧ୍ୟମରେ ସଚେତନତା କରିଥିଲା ପୌରପାଳିକା । ଆଗକୁ ଘରେ ଘରେ ଯାଇ ଲୋକମାନଙ୍କୁ ପଲିଥିନ ବ୍ୟବହାର ନକରିବା ପାଇଁ ସଚେତନ କରାଯିବ ।
ଏହାସହ ଯେଉଁ ଦୋକାନୀମାନେ ଦୋକାନ ବଜାରରେ ପଲିଥିନ ବ୍ୟବହାର କରୁଥିବେ ସେଠାରେ ଚଢ଼ାଉ କରି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ନିଷ୍ପତି ନିଆଯାଇଛି । ସ୍ଵଛ ଭାରତ ଅଭିଯାନ କାର୍ଯ୍ୟକ୍ରମକୁ ଅଧିକ ତ୍ୱରାନ୍ୱିତ କରିବାପାଇଁ ଅଣ୍ଟା ଭିଡ଼ିଛି ଜିଲ୍ଲା ପ୍ରଶାସନ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More