୮୧ଲକ୍ଷ ଟଙ୍କା ଜବତ : ଦୁଇ ମେଦିନିପୁରୀଆ ଅଟକ

0

ଗତକାଲି ବିଳମ୍ବିତ ରାତିରେ କଟକ ବାଦାମବାଡ଼ି ଥାନା ନିକଟରୁ କମିଶନରେଟ୍‌ ପୋଲିସ ୮୧ ଲକ୍ଷ ଟଙ୍କା ଜବତ କରିଛି । ଏହି ଘଟଣାରେ ପୁଲିସ୍‌ ଦୁଇଜଣ ଯୁବକଙ୍କୁ ଅଟକ ରଖିଛି । ଏହି ଦୁଇ ଯୁବକ ପଶ୍ଚିମବଙ୍ଗ ମେଦିନାପୁର ଜିଲ୍ଲାର ସୁନା ବ୍ୟବସାୟୀ ବୋଲି ପରିଚୟ ଦେଇଛନ୍ତି । ଗତକାଲି ବିଳମ୍ୱିତ ରାତିରେ ଏହି ଦୁଇ ଯୁବକ ବ୍ୟାଗ୍‌ରେ ଟଙ୍କା ନେଇ ଯାଉଥିବା ବେଳେ ସେମାନଙ୍କ ଉପରେ ପୁଲିସ୍‌ର ସନ୍ଦେହ ହେବାରୁ ପୁଲିସ୍‌ ସେମାନଙ୍କୁ ଅଟକାଇ ଥିଲା । ଏହାପରେ ସେମାନଙ୍କ ବ୍ୟାଗ୍‌ ଯାଞ୍ଚ କଲାବେଳେ ଏତେ ପରିମାଣରେ ଟଙ୍କା ବ୍ୟାଗ୍‌ରୁ ମିଳିଥିଲା । ମାତ୍ର ଏହି ଦୁଇଜଣ ରହି ଟଙ୍କାକୁ ସେମାନଙ୍କର ବ୍ୟବସାୟ ଟଙ୍କା ବୋଲି କହିଛନ୍ତି । ପୋଲିସ ଘଟଣାର ତଦନ୍ତ କରିବାକୁ ଆୟକର ବିଭାଗକୁ ଅବଗତ କରାଇଛି ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More