ଆଜିଠାରୁ ଭାରତ – ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚ

0

ଆଜିଠାରୁ ଆରମ୍ଭ ହୋଇଯାଇଛି ଭାରତ – ବାଂଲାଦେଶ ପ୍ରଥମ ଟେଷ୍ଟ ମ୍ୟାଚ । ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍ ଇନ୍ଦୋରର ହୋଲକର୍ ଷ୍ଟାଡିୟମରେ ଖେଳାଯିବ । ବାଂଲାଦେଶ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତି ନେଇଛି I ବର୍ତ୍ତମାନ ସୁଦ୍ଧା ୧୦ ଓଭର ଖେଳି ୨ ଉଇକେଟ ବିନିମୟରେ ୧୩ ରନ ସଂଗ୍ରହ କରିଛି I ଟି-୨୦ରୁ ବିଶ୍ରାମ ନେଇଥିବା କୋହଲି ଟେଷ୍ଟ ସିରିଜ୍ ଜରିଆରେ ପ୍ରତ୍ୟାବର୍ତ୍ତନ କରିଛନ୍ତି । କୋହଲିଙ୍କ ପ୍ରତ୍ୟାବର୍ତ୍ତନ ଦ୍ୱାରା ଟିମ୍ ଇଣ୍ଡିଆ ଅଧିକ ମଜଭୁତ୍ ହୋଇଛି ।
ଇନ୍ଦୋରରେ ଖେଳାଯିବାକୁ ଥିବା ଏହି ଟେଷ୍ଟ ନାଲି ବଲରେ ଖେଳାଯିବ, କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ପିଙ୍କ୍ ବଲ୍ ଚର୍ଚ୍ଚାର ବିଷୟ ହୋଇଛି । କାରଣ କୋଲାକାତାରେ ଐତିହାସିକ ଦିବାରାତ୍ର ଟେଷ୍ଟ ମ୍ୟାଚ୍ ପିଙ୍କ୍ ବଲରେ ଖେଳାଯିବ । ଏହି ମ୍ୟାଚ୍ ନଭେମ୍ବର ୨୨ ତାରିଖରେ ଖେଳାଯିବ ଏବଂ ଦୁଇ ଟିମ୍ ପାଇଁ ଏହା ପ୍ରଥମ ଦିବାରାତ୍ର ଟେଷ୍ଟ ହେବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More