ଇସ୍ରୋ କୁ ଆଉ ଏକ ସଫଳତା : ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ‘କାର୍ଟୋସାଟ୍-୩’

0

ଭୁବନେଶ୍ୱର : ଇତିହାସ ସରଚିଲା ଇସ୍ରୋ । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ) ଶ୍ରୀହରିକୋଟାରୁ ଉତକ୍ଷେପଣ କଲା ‘କାର୍ଟୋସାଟ୍-୩’ । ପିଏସଏଲଭି-ସି-୪୭ ରକେଟ୍ ଜରିଆରେ ଛଡାଗଲା ଉପଗ୍ରହ । ଉତକ୍ଷେପଣର ୧୭ ମିନିଟରେ ମଧ୍ୟରେ ପିଏସଏଲଭି-ସି-୪୭ ଏହାକୁ ନିର୍ଧାରିତ କକ୍ଷ ପଥରେ ସ୍ଥାନିତ କରିଥିଲା । ‘କାର୍ଟୋସାଟ୍-୩’ ସମେତ ଆମେରିକାର ୧୩ଟି କ୍ଷୁଦ୍ର ଉପଗ୍ରହକୁ ମଧ୍ୟ ଏହାର କକ୍ଷ ପଥରେ ସ୍ଥାନିତ କରାଯାଇଛି I ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା କଥା ଆଜି ଯାଏଁ କୌଣସି ଦେଶ ମହାକାଶକୁ ଏତେ ଶକ୍ତିଶାଳୀ କ୍ୟାମେରା ଉପଗ୍ରହରେ ପଠାଇ ନାହିଁ । ପିଏସଏଲଭି-ସି-୪୭ ଉପଗ୍ରହକୁ ଏହାର କକ୍ଷ ପଥରେ ପହଁଚାଇବ । ପିଏସଏଲଭି-ସି-୪୭ର ଓଜନ ରହିଛି ୧୬ ଶହ ୨୫ କେଜି । କାର୍ଟୋସାଟ୍-୩ ଉପଗ୍ରହ ମହାକାଶରେ ୫ ବର୍ଷ ପାଇଁ ସେବା ଯୋଗାଇବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More