ଅନ୍ତର୍ଜାତୀୟ ମହିଳା ଦିବସ ସପ୍ତାହ ପାଳନ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର

0

ବ୍ରହ୍ମପୁର :ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ଅବସରରେ ମହିଳା ମାନଙ୍କ ପାଇଁ ଅନ୍ତର୍ଜାତୀୟ ମହିଳା ଦିବସ ଚଳିତ ମାସ ୦୪ ଠାରୁ ୧୧ ତାରିଖ ଶନିବାର ପର୍ଯ୍ୟନ୍ତ ପାଳନ କରାଯାଉଛି l ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ଗଞ୍ଜାମ ଆଇନ ମହାବିଦ୍ୟାଳୟ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଆଇନ ମହାବିଦ୍ୟାଳୟର ଅଧ୍ୟକ୍ଷ ସରୋଜ କୁମାର ସାମନ୍ତ ପରିଚୟ ପ୍ରଦାନ କରିଥିବାବେଳେ ନିର୍ଦେଶକ ଶ୍ରୀ ପଟନାୟକ ପିଏନଡିଟି ଆଇନ ଉପରେ ଆଲୋକପାତ କରିଥିଲେ l ସେହିପରି ପିଡବ୍ଲୁଡିୱାଇ ଆକ୍ଟ ଉପରେ ସଦସ୍ୟ, ଜିଲ୍ଲା ଆଇନ ସେବା ପ୍ରାଧିକରଣ ତଥା ବରିଷ୍ଠ ଆଇନଜୀବୀ ଶ୍ରୀ ଟି. କେ ରେଡ୍ଡୀ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିଥିଲେ l ଆଇନଜୀବି ଡ଼ ମିନାକ୍ଷୀ ଦେବୀ ମହିଳା ଦିବସକୁ ନେଇ ଉପସ୍ଥିତ ବ୍ୟକ୍ତିବିଶେଷମାନଙ୍କୁ ବୁଝାଇଥିଲେ l ଗଞ୍ଜାମ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ଦେବଶ୍ରୀ ସାହୁ କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ l ପରିଶେଷରେ ସିଡବ୍ଲୁସି ସଦସ୍ୟ ତଥା ଅତିଥି ଅଧ୍ୟାପକ ଶ୍ରୀ ଶ୍ୟାମାକାନ୍ତ ଜେନା ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ବହୁ ଛାତ୍ରଛାତ୍ରୀ , ଅଧ୍ୟାପକ ଅଧ୍ୟାପିକାଙ୍କ ସହ ବହୁ ଆଇନଜୀବି ଯୋଗ ଦେଇଥିଲେ l

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More