ଆଜି ଅନ୍ତର୍ଜାତୀୟ ଚେସ୍ ଦିବସ |

0

୧୯୨୪ ଜୁଲାଇ ୨୦ରେ ଅନ୍ତର୍ଜାତୀୟ ଚେସ୍ ଫେଡେରସନ୍‌ ସ୍ଥାପିତ ହୋଇଥିଲା। ୟୁନେସ୍କୋ ପ୍ରଥମେ ଚେସ୍‌ ଦିବସ ପାଳନ କରିବାକୁ ସ୍ଥିର କରିବା ପରେ ୧୯୬୬ରୁ ଏହା ପାଳିତ ହୋଇଆସୁଛି। ଇଉରୋପରେ ଚେସ୍‌କୁ ବୁଦ୍ଧିଆଙ୍କ ଖେଳ ବୋଲି ବିବେଚନା କରାଯାଏ। ସେସବୁ ଦେଶରେ ବିଦ୍ୟାଳୟସ୍ତରରୁ ପିଲାଙ୍କୁ ଚେସ୍‌ ଶିଖିବା ତାଲିମ ଦିଆଯାଉଛି। ଋଣକୌଶଳ, ତୀକ୍ଷ୍ମ ବୁଦ୍ଧିର ଖେଳ ଭାବେ ପରିଚିତ ଚେସ୍‌ର ଆରମ୍ଭ ଭାରତରୁ ହୋଇଥିବାର ଗବେଷକଙ୍କ ମତ। ମାନସିକ ବୁଦ୍ଧିର ଏହି ଖେଳକୁ ବିଶ୍ବସ୍ତରରେ ୬୦ କୋଟିରୁ ଅଧିକ ଲୋକ ନିୟମିତ ଖେଳୁଥିବାର ଜଣାପଡ଼ିଛି। ୨୦୧୨ରେ ହୋଇଥିବା ଅନୁଧ୍ୟାନ ଅନୁସାରେ, ବିଶ୍ବର ୭୦ ପ୍ରତିଶତ ଲୋକ ସେମାନଙ୍କ ଜୀବନକାଳରେ ଚେସ୍ ଖେଳିନାହାନ୍ତି। ବିଶ୍ବବାସୀଙ୍କୁ ଏହି ଖେଳ ବିଷୟରେ ଜଣାଇବା ପାଇଁ ଜୁଲାଇ ୨୦ରେ ‘ଅନ୍ତର୍ଜାତୀୟ ଚେସ୍ ଦିବସ’ ପାଳନ କରାଯାଉଛି।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More