ବର୍ମିଂହାମରେ ଭାରତ ଇଂଲଣ୍ଡ ଟକ୍କର : ଟସ ଜିତି ବ୍ୟାଟିଂ ନିଷ୍ପତି ନେଇଛି ଆୟୋଜକ ଦଳ

0

ଆଜି ଭାରତ ଓ ଇଂଲଣ୍ଡ କ୍ରିକେଟ ମହାସମର । ବର୍ମିଂହାମରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଟସ ଜିତି ଆୟୋଜକ ଇଂଲଣ୍ଡ ବ୍ୟାଟିଂ କରିବାର ନିଷ୍ପତି ନେଇଛି । ଆଜିର ମ୍ୟାଚରେ ଟିମ ଇଣ୍ଡିଆ କମଳା ରଙ୍ଗର ଜର୍ସି ପିନ୍ଧି ଖେଳିବେ । ଭାରତ ପକ୍ଷରୁ ବିଜୟ ଶଙ୍କରଙ୍କ ସ୍ଥାନରେ ଋଷଭ ପଂଥ ଖେଳୁଛନ୍ତି । ପରିସଂଖ୍ୟନରୁ ଜଣାଯାଏ ଯେ ବିଶ୍ୱକପ୍‌ରେ ଦୁଇ ଦେଶ ମଧ୍ୟରେ ଲଢ଼େଇ ବିଚାରକୁ ନେଲେ, ଉଭୟଙ୍କ ରେକର୍ଡ ପ୍ରାୟତଃ ସମାନ ରହିଛି। ଏପର୍ଯ୍ୟନ୍ତ ବିଶ୍ୱକପ୍‌ରେ ଉଭୟ ଦଳ ୭ଥର ମୁହାଁମୁହିଁ ହୋଇଛନ୍ତି । ଏଥିରୁ ଭାରତ ୩ଟି ଓ ଇଂଲଣ୍ଡ ମଧ୍ୟ ସମାନ ୩ଟି ମ୍ୟାଚ୍‌ ଜିତିଛି । ଗୋଟିଏ ମ୍ୟାଚ୍ ଟାଏ ରହିଛି । ତେଣୁ ଆଜି କିଏ ବାଜି ମାରୁଛି ତାହା ମ୍ୟାଚପରେ ଜଣାପଡିବ ।

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More