ଆହୁରି ଶକ୍ତିଶାଳୀ ହେବ ଭାରତୀୟ ନୌସେନା I ଭାରତୀୟ ନୌସେନାରେ ସାମିଲ ହେଲା ଆମେରିକାର ସ୍ୱତନ୍ତ୍ର ହେଲିକାପ୍ଟର MH-60 ରୋମିଓ I ଯାହା ସେନାର ଶକ୍ତିକୁ ଆହୁରି ମଜ୍ବୁତ୍ କରିବ । ଆମେରିକା ନୌସେନା ଭାରତୀୟ ନୌସେନାକୁ ଦୁଇଟି MH-60 ରୋମିଓ ହେଲିକାପ୍ଟର ହସ୍ତାନ୍ତର କରିଛି । ଜୁଲାଇ ୧୬ ରେ ସୈନଡିଏଗୋରେ ଆୟୋଜିତ ଏକ ସମାରୋହରେ ଏହି ହେଲିକପ୍ଟରଗୁଡିକ ଆମେରିକାରେ ଥିବା ଭାରତର ରାଜଦୂତ ତାରଜିତ ସିଂ ସନ୍ଧୁଙ୍କୁ ପ୍ରଦାନ କରାଯାଇଥିଲା ।
ଏଭଳି ୨୪ଟି ହେଲିକପ୍ଟର ଭାରତ ଆମେରିକା ଠାରୁ କିଣିଛି । ଏହି ହେଲିକପ୍ଟର ଗୁଡିକ ସୈନ୍ୟ ପରିବହନ, ରିଲିଫ ଏବଂ ଉଦ୍ଧାର କାର୍ଯ୍ୟରେ, ଅନୁସନ୍ଧାନ ତଥା ଶତ୍ରୁପକ୍ଷର ବୁଡ଼ାଜାହାଜ ବିରୁଦ୍ଧରେ ଯୁଦ୍ଧ କ୍ଷମତା ବୃଦ୍ଧି ପାଇଁ ବ୍ୟବହାର କରାଯାଇ ପାରିବ । ଏହି ହେଲିକପ୍ଟର ବିଷୟରେ ବିଶେଷ କଥା ହେଉଛି ଏହି ହେଲିକପ୍ଟର ଗୁଡ଼ିକ ସମସ୍ତ ପାଗରେ କାମ କରିବାକୁ ସକ୍ଷମ ଅଟନ୍ତି ।